ଟ୍ରାକ୍ଟର ଓଲଟି ମହିଳା ଶ୍ରମିକ ମୃତ, ୫ ଗୁରୁତର

ଟ୍ରାକ୍ଟର ଓଲଟି ମହିଳା ଶ୍ରମିକ ମୃତ, ୫ ଗୁରୁତର

ଚଣ୍ଡିଖୋଲ : ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିବାରୁ ଏଥିରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତ ମହିଳା ଶ୍ରମିକଙ୍କ ନାମ ରତିନା (୩୫)। ଗୁରୁତରମାନେ ହେଲେ ଲକ୍ଷ୍ମଣ ନାୟକ (୪୫), ମୁକ୍ତା ତିରିଆ (୨୨), ବାସନ୍ତୀ ବିରୁଆ (୩୧), ବାବୁରାମ (୩୦) ଓ ପାନା ତିରିଆ (୨୧)।

‌ବୁଧବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଯୋଗେ କେତେକ ଶ୍ରମିକ ବାହାରକୁ କାମ କରିବାକୁ ଯାଇ ଧାନମଣ୍ଡଳ ଅଞ୍ଚଳକୁ ଫେରୁଥିଲେ। ପୂର୍ତ୍ତ ବିଭାଗ ବଡ଼ଚଣା-ଦର୍ପଣ ରାସ୍ତାର ଖୋସାଲିପୁରସ୍ଥିତ ରେଲୱେ ଫାଟକ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଶ୍ରମିକଙ୍କ ଘର ଶୁଳିଆପଦା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe