ତହସିଲଦାରଙ୍କଠାରୁୁ ଛଡ଼ାଇ ନେଇଥିବା ଟ୍ରାକ୍ଟର ଜବତ

Advertisment
ତହସିଲଦାରଙ୍କଠାରୁୁ ଛଡ଼ାଇ ନେଇଥିବା ଟ୍ରାକ୍ଟର ଜବତ

Freepik

ଆନନ୍ଦପୁର: ଘସିପୁରା ତହସିଲଦାର ପତିତପାବନ ଦେବତାଙ୍କ ଠାରୁ ବାଲି ମାଫିଆମାନେ ଛଡ଼ାଇ ନେଇଥିବା ଟ୍ରାକ୍ଟରକୁ ଜବତ କରାଯାଇଛି। ସିପୁରା ତହସିଲଦାର ଶ୍ରୀ ଦେବତା ଗତକାଲି ସକ‌ାଳେ ଦରଡ଼ିପାଳ ଅଞ୍ଚଳରେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ସେଠାକୁ ଯାଇଥିଲେ। ଦରଡ଼ିପାଳ ନିକଟ ଷେଣ୍ଢେଇ ନଦୀରୁ ଏକ ଟ୍ରାକ୍ଟରରେ ବାଲି ବୋଝେଇ ହେଉଥିବା ଦେଖିବାକୁ ପାଇଥିଲେ।

ତହସିଲଦାରଙ୍କ ଗାଡ଼ିକୁ ଦେଖି ଟ୍ରାକ୍ଟର ଚାଳକ ବାଲି ଖାଲି କରି ଗାଡ଼ି ନେଇଯିବାକୁ ଉଦ୍ୟମ କରିଥିଲା। ତହସିଲଦାର ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରି ନିକଟସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଆଣୁଥିଲେ। ମାତ୍ର ବାଟରେ ଟ୍ରାକ୍ଟର ମାଲିକଙ୍କ ସହ କିଛି ଯୁବକ ସେଠାରେ ପହଞ୍ଚି ଟ୍ରାକ୍ଟରକୁ ବଳପୂର୍ବକ ଛଡ଼ାଇ ନେଇଥିଲେ। ଏନେଇ ତହସିଲଦାର ଘସିପୁରା ଥାନାରେ ଏତଲା ଦେଇଥିଲେ। ଘସିପୁରା ପୁଲିସ ଗତକାଲି ରାତିରେ ଚଢ଼ଉ କରି ଟ୍ରାକ୍ଟରଟିକୁ ଜବତ କରିଛି। ତେବେ ଗାଡ଼ି ଛଡ଼ାଇ ନେଇଥିବା ବାଲି ମାଫିଆମାନେ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe