ଯାତ୍ରା ପାର୍ଟି ଟ୍ରାକ୍ଟର ଓଲଟିବା ଫଳରେ ୧୨ ଗୁରୁତର

Advertisment
ଯାତ୍ରା ପାର୍ଟି ଟ୍ରାକ୍ଟର ଓଲଟିବା ଫଳରେ ୧୨ ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଟିକିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଟିକିରି ଥାନା ଅନ୍ତର୍ଗତ ରତଛୁଆଁରେ ଏକ ଯାତ୍ରା ପାର୍ଟି ଟ୍ରାକ୍ଟର ଓଲଟିବା ଫଳରେ୧୨ଜଣ ଗୁରୁତର ହୋଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ଶିବରାତ୍ରି ଅବସରରେ ଶିଳାପାଶ ଗ୍ରାମର ଏକ ଯାତ୍ରା ପାର୍ଟି ନିକଟସ୍ଥ କୋଡ଼ିପାର ଗାଁରେ ନାଟକ ପରିବେଷଣ କରିଥିଲେ। ଏହାପରେ ସେହି ଯାତ୍ରା ପାର୍ଟିର କଳାକାରମାନେ ଆଜି ସକାଳେ ଏକ ଟ୍ରାକ୍ଟର ଯୋଗେ ନିଜ ଗାଁକୁ ଫେରୁଥିଲେ। ରତଛୁଆଁ ପାଖରେ ଥିବା ଏକ ବୁଲାଣିରେ ହଠାତ୍ ଏକ ବାଇକ୍ ବିପରୀତ ଦିଗରୁ ଆସିଥିଲା। ସେହି ବାଇକ୍ ଚାଳକକୁ ଦୁର୍ଘଟଣାରୁ ରକ୍ଷା କରିବାକୁ ଯାଇ ଟ୍ରାକ୍ଟର ଚାଳକ ବ୍ରେକ୍ ଦେଇଥିଲେ। ଏହା ଫଳରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା।

publive-image

ଏଥିରେ ଟ୍ରାକ୍ଟର ଚାଳକଙ୍କ ସମେତ ସେଥିରେ ଥିବା ସମସ୍ତ ୧୨ଜଣ ଗୁରୁତରଭାବେ ଆହତ ହୋଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଏହି ଗୁରୁତରମାନେ ମାନ ଝୋଡିଆ, ଜୟଦାନ, ସବାସନ, କାଳିଆ ଓ ରଘୁନାଥ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe