ଘର ଆଗରୁ ଟ୍ରାକ୍ଟର ଚୋରି

ଘର ଆଗରୁ ଟ୍ରାକ୍ଟର ଚୋରି

Tractorgyan

ପଣ୍ଡାପଡ଼ା: ଘଟଗାଁ ବ୍ଲକ୍‌ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ପଟିଲୋ ପଞ୍ଚାୟତ ଡେଙ୍ଗଣାଶାସନ ଗ୍ରାମର ରାମଚନ୍ଦ୍ର ସାହୁଙ୍କ ଘର ସମ୍ମୁଖରୁ ଏକ ଟ୍ରାକ୍ଟର (ଓଡି-୦୪-ଏନ୍‌-୯୮୦୪) ଚୋରି ହୋଇଛି। ଏନେଇ ପଣ୍ଡାପଡ଼ା ଥାନାରେ ଅଭିଯୋଗ ହୋଇଛି।

ଫେବ୍ରୁଆରି ୨ ତାରିଖରେ କାମ ସାରି ସନ୍ଧ୍ୟାରେ ରାମଚନ୍ଦ୍ରଙ୍କ ପୁଅ ଶିବବ୍ରତ ଟ୍ରାକ୍ଟରଟିକୁ ଘର ଆଗରେ ରଖିଥିଲେ। ପରଦିନ ସକାଳୁ ଟ୍ରାକ୍ଟର ନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କେହି ଦୁର୍ବୃତ୍ତ ରାତିରେ ତାଙ୍କ ଟ୍ରାକ୍ଟର ଚୋରି କରିଥିବା ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe