ଇଣ୍ଡିଆନ୍‌ ଅଏଲ୍‌ ରିଫାଇନାରି ବିରୋଧରେ ଆନ୍ଦୋଳନ କରିବ ଠିକା ଶ୍ରମିକ ୟୁନିୟନ୍‌

Advertisment
ଇଣ୍ଡିଆନ୍‌ ଅଏଲ୍‌ ରିଫାଇନାରି ବିରୋଧରେ ଆନ୍ଦୋଳନ କରିବ ଠିକା ଶ୍ରମିକ ୟୁନିୟନ୍‌

ଭୁବନେଶ୍ୱର : ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ ରିଫାଇନାରି କର୍ମଚାରୀମାନଙ୍କୁ ଛଟେଇ ନିଷ୍ପତ୍ତିର ପ୍ରତିବାଦ କରିଛି ଇଣ୍ଡିଆନ୍‌ ଅଏଲ୍‌ ଠିକା ଶ୍ରମିକ ୟୁନିୟନ, ଓଡ଼ିଶା ଶାଖା ।

ଆଜି ଶ୍ରମିକ ଭବନରେ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଜନାର୍ଦନ ପତି କହିଛନ୍ତି, କେନ୍ଦ୍ର ସରକାରଙ୍କ ବିଧିବ୍ୟବସ୍ଥାନୁଯାୟୀ, ସୈନ୍ୟ ବିଭାଗର ପୂର୍ବତନ କର୍ମଚାରୀଙ୍କୁ ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ ରିଫାଇନାରି, ତୈଳ ଡିପୋ, ଗେଷ୍ଟହାଉସ ଓ ହାଉସ କିପିଂରେ ସିକ୍ୟୁରିଟି କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲ। ୨୦୧୯ ପର୍ଯ୍ୟନ୍ତ ଚୁକ୍ତି ବଳବତ୍ତର ଥିବା ବେଳେ, କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରଣାୟଳ ସେମାନଙ୍କୁ ଚାକିରିରୁ ବାହାର କରିବାକୁ ନିର୍ଦେଶ ଦେଇଛି। ବର୍ତମାନ ସଂପୃକ୍ତ ବିଭାଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଜଣେ ଓଡ଼ିଆ ମନ୍ତ୍ରୀ ଥିବା ବେଳେ ଏପରି ନିର୍ଦେଶ ଓଡ଼ିଆମାନଙ୍କ ପ୍ରତି ତାଙ୍କର ପ୍ରତାରଣା। ଏହା ଫଳରେ ପୂର୍ବତନ ସୈନିକମାନେ ସେମାନଙ୍କର ରୋଜଗାର ହରାଇବେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଘ ପକ୍ଷରୁ ବିରୋଧ କରାଯାଇଛି। ଏହା ବିରୋଧରେ ଆଇନଗତ ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ପତି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe