ମାଲକାନଗିରି: ଆଧୁନିକ ଚିକିତ୍ସା ପଦ୍ଧତି ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଚାଲିଛି। ଏହା ସତ୍ତ୍ବେ ପାରମ୍ପରିକ ଘରୋଇ ଚିକିତ୍ସା ପଦ୍ଧତି ଉପରୁ ବିଶ୍ବାସ ହରାଇ ନାହାନ୍ତି ଲୋକେ। ଯାହାର ପ୍ରମାଣ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଏମ୍ଭି -୩୩ ଗାଁରେ। ଗାଁର ୭୫ ବର୍ଷୀୟ ବନମାଳା ସାନା ସରଳ ଉପାୟରେ ଜଟିଳରୁ ଜଟିଳ ହାଡ଼ ଭଙ୍ଗା ଚିକିତ୍ସା କରି ଖ୍ୟାତିଲାଭ କରିଛନ୍ତି। ତାହା ପୁଣି ମାତ୍ର ୯ଟି ଦୁବ ଘାସ ଓ ସୋରିଷ ତେଲ ମାଧ୍ୟମରେ।
Cyber Attack: ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ
ବନମାଳାଙ୍କ ଚିକିତ୍ସା ପଦ୍ଧତିରେ ଅନେକ ରୋଗୀ ଉପକୃତ ହୋଇଥିବାରୁ ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ସେ ବେଶ୍ ପରିଚିତ। ବନମାଳାଙ୍କ କହିବା ଅନୁଯାୟୀ ପ୍ରତି ମାସରେ ଓଡ଼ିଶା ସମେତ ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ୫ ହଜାରରୁ ଊର୍ଦ୍ଧ୍ବ ରୋଗୀ ତାଙ୍କ ନିକଟକୁ ଚିକିତ୍ସା ପାଇଁ ଆସୁଛନ୍ତି। ପ୍ରତି ମଙ୍ଗଳବାର ଓ ଶନିବାର ଅନ୍ୟ ଦିନ ଅପେକ୍ଷା ଅଧିକ ରୋଗୀ ଆସିଥାନ୍ତି। ବନମାଳାଙ୍କ ଚିକିତ୍ସା ପଦ୍ଧତି ଅତି ସରଳ। ହାଡ଼ଭଙ୍ଗା ରୋଗୀ ତାଙ୍କ ନିକଟରେ ପହଞ୍ଚିବା ପରେ ଶରୀରର କେଉଁ ସ୍ଥାନରେ ହାଡ଼ ଭାଙ୍ଗିଛି ଏବଂ କିଭଳି ଅବସ୍ଥାରେ ରହିଛି ସେ ସବୁ ଜାଣିବା ପରେ ଚିକିତ୍ସା ଆରମ୍ଭ କରିଥାନ୍ତି। ରୋଗୀଙ୍କ ସଂପର୍କୀୟଙ୍କୁ ସୋରିଷ ତେଲ ଓ ୯ଟି ଦୁବଘାସ ଆଣିବା ପାଇଁ କହିଥାନ୍ତି। ସେହି ତେଲକୁ ସେ କେବଳ ମଙ୍ଗଳବାର ଓ ଶନିବାର ଦିନ ମନ୍ତୁରିବା ପରେ ଚିକିତ୍ସା ଆରମ୍ଭ କରନ୍ତି। ମନ୍ତୁରା ତେଲକୁ ହାଡ଼ ଭାଙ୍ଗିଥିବା ସ୍ଥାନରେ ଘସି ଦିଅନ୍ତି।
Horoscope 2026 February 16: ଜାଣନ୍ତୁ ଆଜିର ରାଶିଫଳ
ସୋରିଷ ତେଲ ଓ ୯ଟି ଦୁବ ଘାସରେ ରୋଗୀ ସୁସ୍ଥ
ମାସକୁ ଚିକିତ୍ସିତ ହେଉଛନ୍ତି ୫ ହଜାରରୁ ଊର୍ଦ୍ଧ୍ବ
ଫି’ ବାବଦକୁ ବନମାଳା ନେଉଛନ୍ତି ମାତ୍ର ୧ ଟଙ୍କା
ରୋଗୀର ଅବସ୍ଥାକୁ ଦେଖି କେତେ ଦିନ ପର୍ଯ୍ୟନ୍ତ ଏହି ଚିକିତ୍ସା ଆବଶ୍ୟକ ତାହା ଜଣାନ୍ତି। ସାଧାରଣତଃ ଛୋଟ ପିଲାଙ୍କୁ ଦୁଇ ଚାରି ଦିନ ଚିକିତ୍ସା କରିବା ପରେ ଘରକୁ ଫେରାଇ ଦିଅନ୍ତି। ଅନ୍ୟଦିଗରେ ବୟସ୍କଙ୍କୁ ଗୋଟିଏ ମାସ ପର୍ଯ୍ୟନ୍ତ ନିଜ ପାଖରେ ରଖି ସେହି ଏକା ପ୍ରଣାଳୀରେ ଚିକିତ୍ସା କରନ୍ତି। ତାଙ୍କ ହାତରେ ଥିବା ଯାଦୁ ଯୋଗୁଁ ତେଲ ମାଲିସ କରିବା ପରେ ଭଙ୍ଗାହାଡ଼ ଯୋଡ଼ି ହୋଇଯାଏ। ସବୁଠୁ ବଡ଼ କଥା ହେଲା ବନମାଳା ଚିକିତ୍ସା ପାଇଁ କୌଣସି ଅର୍ଥ ଦାବି କରନ୍ତି ନାହିଁ। ରୋଗୀକୁ କେବଳ ୧ ଟଙ୍କା ଦେବାକୁ ପଡ଼ିଥାଏ। ଗତ ୪୦ ବର୍ଷ ଧରି ସେ ଏହି ଚିକିତ୍ସା ଜାରି ରଖିଥିବା କହନ୍ତି। ବୟସ ହୋଇଯିବାରୁ ପୁଅ ଶ୍ରୀପଦଙ୍କୁ ଚିକିତ୍ସା ଶିକ୍ଷା ଦେଇ ଚିକିତ୍ସାରେ ନିୟୋଜିତ କରିଛନ୍ତି। ତେବେ ରୋଗୀଙ୍କ ରହିବା ପାଇଁ ବନମାଳାଙ୍କ ପାଖରେ ବିଶେଷ ବ୍ୟବସ୍ଥା ନଥିବାରୁ ସରକାରଙ୍କ ପକ୍ଷରୁ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ବନମାଳା ଅନୁରୋଧ କରିଛନ୍ତି। ଏବେ ତାଙ୍କ ନିକଟରେ ୧୫ରୁ ଊର୍ଦ୍ଧ୍ବ ରୋଗୀ ରହି ଚିକିତ୍ସିତ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/16/dsfsfshxvvbbxv-2026-02-16-01-06-09.jpg)