ସୁଧୁରିବତ ସହରର ଟ୍ରାଫିକ୍‌ ବ୍ୟବସ୍ଥା‌ ?

Advertisment

ଫୁଟ୍‌ପାଥ ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ

ଫୁଟ୍‌ପାଥ ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ

ସୁଧୁରିବତ ସହରର ଟ୍ରାଫିକ୍‌ ବ୍ୟବସ୍ଥା‌ ?

ରାଉରକେଲା: ପାର୍କିଂ ବ୍ୟବସ୍ଥା ନଥିବାରୁ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ୁଛି। ସେମିତି ଫୁଟ୍‌ପାଥକୁ ସ୍ଥାୟୀ ଓ ଅସ୍ଥାୟୀ ଠେଲା ଦୋକାନୀ ମାଡ଼ି ବସୁଥିବାରୁ ସମସ୍ୟା ଆହୁରି ଜଟିଳ ହେଉଛି। ହକି ପୂର୍ବରୁ ସହରର ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ଅଣ୍ଟା ଭିଡିଛି ଜିଲ୍ଲା ପୁଲିସ ଓ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)। ଫୁଟ୍‌ପାଥ ଖାଲି କରିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଫୁଟପାଥକୁ ଜବର ଦଖଲମୁକ୍ତ କରିବାକୁ ବ୍ୟବସାୟୀଙ୍କୁ ଚେତାବନୀ ଦିଆଯାଇଛି। ସେମାନେ ନିଜନିଜ ସାମଗ୍ରୀ ଫୁଟପାଥରୁ ହଟାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ପୁଲିସ ଓ ଆର୍‌ଏମ୍‌ସି କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଭୟ ଅସ୍ଥାୟୀ ଓ ସ୍ଥାୟୀ ଦୋକାନୀଙ୍କୁ ମାଇକ୍‌ଯୋଗେ କୁହାଯାଇଛି।

ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦାଗିଦ୍‌ ମଧ୍ୟ କରାଯାଇଛି। ଆସନ୍ତାକାଲି (ଶୁକ୍ରବାର( ଠାରୁ ଏହି ନିୟମ କଡାକଡି ଭାବେ ଲାଗୁ ହେବ। ଯେଉଁମାନେ ଫୁଟପାଥରୁ ନିଜ ସାମଗ୍ରୀ ହଟାଇ ନଥିବେ ସେମାନଙ୍କ ପ୍ରତି ରାଉରକେଲା ମହାନଗର ନିଗମ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଆଜି ଉଭୟ ଆର ଏମ୍ ସି ଏବଂ ପୋଲିସ ପକ୍ଷରୁ ମାଇକ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି। ଏହା ବ୍ୟତୀତ ସହରର ମୁଖ୍ୟ ରାସ୍ତାରେ ବେଆଇନ ପାର୍କିଙ୍ଗକୁ ବାରଣ କରାଯାଇଛି। କାର୍‌ ଏବଂ ମୋଟରବାଇକ ରଖିବା ଲାଗି ପ୍ରଶାସନ ପକ୍ଷରୁ ମୁଖ୍ୟ ମାର୍ଗର ଦୁଇ ତିନୋଟି ଜାଗାରେ ପାର୍କିଙ୍ଗ ସ୍ଥଳ କରାଯାଉଛି । ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟ ପୁର୍ତ୍ତ ବିଭାଗ କଲୋନୀ ପାଖରେ ଏକ ପାର୍କିଂ ସ୍ଥଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ସହରର ମୁଖ୍ୟମାର୍ଗ ବ୍ୟତୀତ ହନୁମାନ ବାଟିକା ରୋଡ଼ରେ ଟ୍ରାଫିକ ସମସ୍ୟା ଉତ୍କଟ ହୋଇପଡିଛି। ଏହି ପର୍ଯ୍ୟଟନସ୍ଥଳୀକୁ ବୁଲି ଆସୁଥିବା ଲୋକମାନେ ରାସ୍ତା କଡରେ ପାର୍କିଙ୍ଗ କରିବାକୁ ବାଧ୍ୟ ହେଉଛନ୍ତି। ଏବେ ହନୁମାନ ବାଟିକା ଟ୍ରଷ୍ଟ ପକ୍ଷରୁ ତ୍ରିଶକ୍ତି ମନ୍ଦିର ନିକଟରେ ଏକ ପାର୍କିଂ ସ୍ଥଳ କରାଯାଉଛି। ଦୁଇ ଏକର ପରିମିତ ପାର୍କିଂ ଏରିଆ କାମ ଖୁବ ଶୀଘ୍ର ସାରିବାକୁ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe