ଭୁବନେଶ୍ୱରରେ ରାବଣ ପୋଡ଼ି ପାଇଁ କମିସନରେଟ ପୁଲିସ୍‌ର ଟ୍ରାଫିକ ପରାମର୍ଶ ଜାରି, ନିୟମ ଉଲ୍ଲଂଘନ କଲେ ୫୦୦ରୁ ୧୦୦୦ ଟଙ୍କା ଜରିମାନା

Advertisment
ଭୁବନେଶ୍ୱରରେ ରାବଣ ପୋଡ଼ି ପାଇଁ କମିସନରେଟ ପୁଲିସ୍‌ର ଟ୍ରାଫିକ ପରାମର୍ଶ ଜାରି, ନିୟମ ଉଲ୍ଲଂଘନ କଲେ ୫୦୦ରୁ ୧୦୦୦ ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଅଧିକାଂଶ ପୂଜା ମଣ୍ଡପରେ ଆଜି ରାବଣପୋଡ଼ି ଅନୁଷ୍ଠିତ ହେଉଛି। ଏହା ଫଳରେ ସବୁ ସ୍ଥାନରେ ପ୍ରବଳ ଭିଡ ପରିଲକ୍ଷିତ ହେବ। ଏହାକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ ପରାମର୍ଶ ଜାରି କରାଯାଇଛି। ଅପରାହ୍ଣ ୪ଟା ଠାରୁ ରାତି ୧ଟା ପର୍ଯ୍ୟନ୍ତ ଏହି ଟ୍ରାଫିକ କଟକଣା ଜାରି ରହିବ।

publive-image

କଟକରୁ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ବିହାର ଛକରୁ ନୂଆପଲ୍ଲୀ  ବେହେରା ସାହି ଛକ, ପାୱାର ହାଉସ୍‌ ଛକ, ୟୁନିଟ୍‌-୮ ଡିଏଭି ସ୍କୁଲ ଛକ ଏବଂ ଷ୍ଟୁୱାଟ ସ୍କୁଲ ଛକ ଦେଇ ସିଆରପି ଛକକୁ ପହଞ୍ଚିବାକୁ ପରାମର୍ଶ ଦେଇଛି କମିସନରେଟ୍‌ ପୁଲିସ୍‌।

ଅନ୍ୟପଟେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ଗାଡ଼ିଗୁଡ଼ିକ କୋଳଥିଆ ଛକରୁ ଭାୟା ଜୟଦେବ ବାଟିକା, ନାକା ଗେଟ, କଳିଙ୍ଗ ଷ୍ଟୁଡିଓ ଛକ ଭରତପୁର ଛକ ଦେଇ ଚନ୍ଦକା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଳଷ୍ଟେସନ୍‌ ଏବଂ ବିମାନବନ୍ଦର ଯିବାକୁ ଚାହୁଥିବା ବ୍ୟକ୍ତି ଉପରୋକ୍ତ ନିର୍ଦ୍ଦେଶକୁ ଧ୍ୟାନରେ ରଖି ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଅପରାହ୍ନ ୪ଟାରୁ ରାତି ୧ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । କେବଳ ଏତିକି ନୁହେଁ, ନିୟମ ଉଲ୍ଲଂଘନକାରୀଙ୍କ ଉପରେ ୫୦୦ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe