ଡିସେମ୍ବର ପହିଲାରୁ ପୁଣି କଡ଼ାକଡି ହେବ ଟ୍ରାଫିକ୍ ଯାଞ୍ଚ; ନୂଆ ମୋଟରଯାନ ଆଇନ ଅନୁସାରେ ଆଦାୟ ହେବ ଜରିମାନା‌

Advertisment
ଡିସେମ୍ବର ପହିଲାରୁ ପୁଣି କଡ଼ାକଡି ହେବ ଟ୍ରାଫିକ୍ ଯାଞ୍ଚ; ନୂଆ ମୋଟରଯାନ ଆଇନ ଅନୁସାରେ ଆଦାୟ ହେବ ଜରିମାନା‌

ଭୁବନେଶ୍ବର: ଡିସେମ୍ବର ୧ ତାରିଖରୁ ପୁଣି ପୂର୍ବ ଭଳି  ଟ୍ରାଫିକ ନିୟମ କଡାକଡି ହେବ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଯେଭଳି ଭାବେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ କଡା ଯାଞ୍ଚ ହେଉଥିଲା, ପୁଣି ସେଭଳି ଯାଞ୍ଚ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ବନାଭ ବେ‌ହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମୋଟର ଯାନ ଆଇନ ଲାଗୁ ନେଇ ଚାଲିଥିବା ଧରପଗଡ଼ ଉପରେ ଯେଉଁ ୩ ମାସ କୋହଳ ଲାଗି ନିର୍ଦ୍ଦେଶ ଦେଇଥିଲେ, ଇତିମଧ୍ୟରେ ତାହା ‌ଶେଷ ହେବାକୁ ଯାଉଛି। ଫଳରେ ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ କଟକଣା । ଡିସେମ୍ବର ୧ତାରିଖରୁ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ଜରିମାନା ଆଦାୟ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ନୂଆ ମୋଟର ଯାନ ଆଇନ ଲାଗୁ  ପରେ ଟ୍ରାଫିକ ନିୟମ କଡାକଡି ହେବା ପରେ ଏ ନେଇ ଜସସାଧାରଣ ସଂପୂର୍ଣ୍ଣ ଅବଗତ  ନ ଥିବା ହେତୁ ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ଦେଖା ଦେଇଥିଲା। ଖୋଦ ରାଜଧାନୀ ଭୁବନେଶ୍ବରରେ ପବ୍ଲିକ-ପୁଲିସ ମୁହାଁମୁହିଁ ହୋଇଥିଲେ। ଏହାକୁ ବିଚାର କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଞ୍ଚ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୩ମାସ ଧରି ଟ୍ରାଫିକ ନିୟମକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶର ଅବଧି ଶେଷ ହେବାକୁ ଯାଉଛି । ଏହାପରେ ପୁଣି ଡିସେମ୍ବର ୧ତାରିଖରୁ ନିୟମକୁ କଡାକଡି ଭାବେ ପାଳନ କରାଯିବା ସହ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe