କଟକ ଶିଖରପୁର ଛକରେ ଝାଡୁ ମାରି ପୁଣିି ମନ ଜିଣିଲେ ଟ୍ରାଫିକ ପୁଲିସ ଲଳିତ ମୋହନ ରାଉତ

Advertisment
କଟକ ଶିଖରପୁର ଛକରେ ଝାଡୁ ମାରି ପୁଣିି ମନ ଜିଣିଲେ ଟ୍ରାଫିକ ପୁଲିସ ଲଳିତ ମୋହନ ରାଉତ

କଟକ: ହାତରେ ଝାଡୁ ଧରିଲେ, ରାସ୍ତା ସଫା କଲେ । ଡ୍ୟୁଟି କରୁଥିବା ଛକରେ ଝାଡୁ ମାରିଲେ ଟ୍ରାଫିକ ପୁଲିସ। ସିଗନାଲ ନାଲି ହେବା ସମୟରେ ଗାଡି ଘୋଡା ଚାଲୁ ନଥିବାରୁ ସେତିକି ବେଳେ ନିଜ ହାତରେ ଝାଡୁ ଧରି ରାସ୍ତାରୁ ବାଲି, ଗୋଡି ସଫା କରିଛନ୍ତି ଟ୍ରାଫିକ ପୁଲିସ ଲଳିତ ମୋହନ ରାଉତ ।

ତେବେ କଟକ ଶିଖରପୁର ଛକରେ ବାଲି, ଗୋଡି ପଡି ଅଧିକ ଦୁର୍ଘଟଣା ହେଉଥିବାରୁ ଅଘଟଣ କମାଇବାକୁ ଏମିତି କରିଥିଲେ ଲଳିତ । ରାସ୍ତାରେ ପଡିଥିବା ଚିପ୍ସ ଓ ଜମା ହୋଇ ରହିିଥିବା ବାଲି ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ହୁଏ । ତେବେ ଦୁର୍ଘଟଣା ନହେବାକୁ ନିଜ ହାତରେ ଝାଡୁ ଧରି ସଫା କରିଥିଲେ ଟ୍ରାଫିକ କର୍ମଚାରୀ ଲଳିତ ।

Traffic Havildar Sweeps Road In Cuttack To Avert Accidents pragativadi

ସେପଟେ ଲଳିତଙ୍କ ଏହି ମହାନ କାମକୁ ଚାରିଆଡୁ ପ୍ରଶଂସା କରାଯାଇଥିବା ବେଳେ ସୋସିଆଲ ମିଡିଆରେ ତାଙ୍କ ଭିଡିଓକୁ ସେୟାର କରି ଲୋକେ ସାବାସୀ ଦେଉଛନ୍ତି । ତେବେ ଖାଲି ରାସ୍ତା ସଫା କରିବା ନୁହେଁ ପୂର୍ବରୁ ସେହି ଶିଖରପୁର ଛକରେ ଜଣେ ଦିବ୍ୟାଙ୍ଗଙ୍କ ପରିବାରକୁ ରାସ୍ତାପାରି କରି ଚର୍ଚ୍ଚାକୁ ଆସିଥିଲେ ଆଉ ନିଜ ମାନବିକତା ଦେଖାଇଥିଲେ । ସେହିପରି ଏକ ଦୃତଗାମୀ ଟ୍ରକ ସାମ୍ନାରୁ ୪ ଜଣଙ୍କ ଜୀବନ ବଞ୍ଚାଇ ନିଜ ସାହସର ପରିଚୟ ଦେଇଥିଲେ ଲଳିତ । ଯେଉଁଥିପାଇଁ ତାଙ୍କୁ କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe