ପଞ୍ଜାବ ଗଲେ ଟ୍ରାଫିକ୍‌ ଡିସିପି, ଅତିରିକ୍ତ ଡିସିପି ନେଲେ ଦାୟିତ୍ବ

Advertisment
ପଞ୍ଜାବ ଗଲେ ଟ୍ରାଫିକ୍‌ ଡିସିପି, ଅତିରିକ୍ତ ଡିସିପି ନେଲେ ଦାୟିତ୍ବ

ଭୁବନେଶ୍ବର : ପଞ୍ଜାବ ଗଲେ ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର। ଓଡ଼ିଶା କ୍ୟାଡର୍‌ର ଏହି ଆଇପିଏସ୍‌ ଅଫିସର୍‌ କ୍ୟାଡର୍‌ ପରିବର୍ତ୍ତନ ପାଇଁ କରିଥିବା ଆବେଦନକୁ ମଞ୍ଜୁରି ମିଳିବା ପରେ ଆଜି ରାଜ୍ୟ ସରକାର ତାଙ୍କୁ ଓଡ଼ିଶା କ୍ୟାଡରରୁ ଅବ୍ୟାହତ ଦେଇଛନ୍ତି। ଆଜି ସେ ଟ୍ରାଫିକ୍‌ ଡିସିପି ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି। ଟ୍ରାଫିକ୍‌ ଡିସିପି ଭାବରେ ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀ ଦାୟିତ୍ବ ନେଇଛନ୍ତି।

୨୦୧୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ର ଏହି ଆଇପିଏସ୍‌ ଅଫିସର୍‌ ଉତ୍ତରପ୍ରଦେଶ ବାସିନ୍ଦା। ୨୦୧୫ ନଭେମ୍ବର ୨୨ ତାରିଖରେ ତାଙ୍କର ବିବାହ ହୋଇଥିଲା। ସ୍ବାମୀ ଦୀପକ ପାରିକ ପଞ୍ଜାବ କ୍ୟାଡର୍‌ର ଅଫିସର। ସେ ଏବେ ଲୁଧିଆନାର ଅତିରିକ୍ତ ଡିସିପି ଭାବରେ କାର୍ଯ୍ୟରତ। ବିବାହକୁ ଆଧାର କରି ଆଇପିଏସ୍‌ ଓ ଆଇଏଏସ୍‌ ଅଫିସର୍‌ମାନେ କ୍ୟାଡର୍‌ ପରିବର୍ତ୍ତନ କରିପାରି‌ବେ ବୋଲି ନିୟମ ରହିଛି। ସ୍ବାମୀ ଦୀପକ ସେଠାରେ ଅବସ୍ଥାପିତ ଥିବାରୁ ମଧ୍ୟ ପଞ୍ଜାବ କ୍ୟାଡର ହେବା ସହ ସେଠାକୁ ଚାଲି ଯିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁମତି ମାଗିଥିଲେ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ତାଙ୍କର କ୍ୟାଡର ପରିବର୍ତ୍ତନ କରିବା ପରେ ରାଜ୍ୟ ସରକାର ତାଙ୍କ ଆବେଦନକୁ ମଞ୍ଜୁର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe