ଫାଷ୍ଟ ଟ୍ୟାଗ ଅଚଳ: ଟୋଲପ୍ଲାଜା ଦେଢ଼ଘଣ୍ଟା ଜାମ୍‌

ଫାଷ୍ଟ ଟ୍ୟାଗ ଅଚଳ: ଟୋଲପ୍ଲାଜା ଦେଢ଼ଘଣ୍ଟା ଜାମ୍‌

ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସୋତି ନିକଟସ୍ଥ ଟୋଲ୍‌ପ୍ଲାଜାରେ ଫାଷ୍ଟଟ୍ୟାଗ ମେସିନ ଅଚଳ ହେବା ଯୋଗୁଁ ଟୋଲ୍‌ ଗେଟ୍‌ର ଉଭୟ ପାର୍ଶ୍ବ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା। ପ୍ରକାଶ ଯେ, ଆଜି ମଧ୍ୟାହ୍ନରେ ବର୍ଷା ସମୟରେ ବଜ୍ରପାତ ଯୋଗୁଁ ଟୋଲ୍‌ରେ ଲାଗିଥିବା ମେସିନ ଅଚଳ ହୋଇଯାଇଥିଲା।

ଫଳରେ ଅନ୍‌ଲାଇନ ଦେୟ ଦେଇନପାରି ଗାଡ଼ି ଗୁଡ଼ିକ ଅଟକି ରହିଥିଲା। ଟୋଲ୍‌ପ୍ଲାଜାର ଏଭଳି ଅବ୍ୟବସ୍ଥାକୁ଼ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଗାଡ଼ି ଚାଳକଙ୍କ ସମେତ ସ୍ଥାନୀୟ ଲୋକମାନେ ଟୋଲ୍‌ପ୍ଲାଜାରେ ପହଞ୍ଚି ପାଟିତୁଣ୍ଡ କରିଥ‌ିଲେ। ଜାତୀୟ ରାଜପଥ ପାଟ୍ରୋଲିଂ ଏସ୍‌ଆଇ ଅଶୋକ କୁମାର ବଳ ପହଞ୍ଚି ଏସମ୍ପର୍କରେ ଯାଜପୁର ଏସ୍‌ପିଙ୍କୁ ଅବଗତ କରାଇଥିଲେ। ତୁରନ୍ତ ଟୋଲ୍‌ ଆଦାୟ ବନ୍ଦକରି ରାସ୍ତା ଜାମ ହଟାଇବାକୁ ଏସ୍‌ପି ନିର୍ଦେଶ ଦେଇଥିଲେ। ପରେ ଘଟଣାସ୍ଥଳରେ ପାଣିକୋଇଲି ପୁଲିସ ପହଞ୍ଚି ୧ ଘଣ୍ଟା ପାଇଁ ଟୋଲ୍‌ ଆଦାୟ ବନ୍ଦ କରିବା ସହ ଗାଡ଼ି ଚଳାଚଳ ସ୍ବାଭାବିକ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe