ଜୀବନ ନେଲା ଟ୍ରାଫିକ୍ ଜାମ୍ : ଡାକ୍ତରଖାନା ପହଞ୍ଚି ପାରିଲେନି ଆହତ ବ୍ୟକ୍ତି

ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ, କର୍ମଚାରୀଙ୍କ ଅବହେଳା ଅଭିଯୋଗ

www.indiatimes.com

ଆନନ୍ଦପୁର : ଜାତୀୟ ରାଜପଥର ବେଲବାହାଳି ପୋଲ ନିକଟରେ ଟ୍ରକ୍‌ ଜାମ୍‌ ଯୋଗୁଁ ଜଣେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ବେଲବାହାଳି ପୋଲଠାରୁ ୫ଶହ ମିଟର ହସନପୁର ଛକରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ବ୍ୟକ୍ତି ହେଉଛନ୍ତି ଶାଳପଡ଼ା ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ଯାଜପୁର ଜିଲ୍ଲା ତୁରା ଗ୍ରାମର ପାଇପ୍ ମିସ୍ତ୍ରି ରମେଶ ସାହୁ(୫୭)।

ରମେଶ ଏକ ବାଇକ୍‌ରେ ଦିନ ସାଢ଼େ ୧୧ଟାବେଳେ ବେଲବାହାଳିରୁ ଘରକୁ ଯାଉଥିଲେ। ହସନପୁର ନିକଟରେ ଗ୍ରାମ୍ୟ ରାସ୍ତାରୁ ଦ୍ରୁତଗତିରେ ଆସୁଥିବା ଏକ ଖାଲି ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଆନନ୍ଦପୁର ପାର୍ଶ୍ବକୁ ଆସିବାକୁ ସୁବିଧା ନଥିବାରୁ ତାଙ୍କୁ ସାଇଁକୁଳ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଫେରାଇ ଦେଇଥିଲେ। ରାଜପଥରେ ଜାମ୍‌ ଥିବାରୁ ତାଙ୍କୁ ସରେଇଁ ଭିତର ରାସ୍ତାରେ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନା ପହ‌ଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଘଟଣାର ପ୍ରତ୍ୟକ୍ଷଦର୍ଶୀ ହସନପୁର ଗ୍ରାମର ବିଶ୍ବଜିତ ଦାସଙ୍କ କହିବା ଅନୁସାରେ ଦୁର୍ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବେଲବାହାଳି ଦେଇ ଡାକ୍ତରଖାନା ଆଣିବାକୁ ଉଦ୍ୟମ କରାଯାଇଥିଲା। ରାସ୍ତାରେ ଗାଡ଼ି ହଲୁନଥିବାରୁ ଡାକ୍ତରଖାନା ପହ‌ଞ୍ଚିବାରେ ଅଯଥା ବିଳମ୍ବ ଘଟିଥିଲା। ଟ୍ରକ ଜାମ୍‌ ପାଇଁ ହିଁ ରମେଶଙ୍କର ମୃତ୍ୟୁ ହେଲା ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe