ରାସ୍ତା ସଫେଇ କରି ଉଦାହରଣ ସୃଷ୍ଟି କଲେ ଟ୍ରାଫିକ ପୁଲିସ 

Advertisment
ରାସ୍ତା ସଫେଇ କରି ଉଦାହରଣ ସୃଷ୍ଟି କଲେ ଟ୍ରାଫିକ ପୁଲିସ 

ଫୁଲବାଣୀ : ବୁଧବରେ ଫୁଲବାଣୀ ସହରର ରାସ୍ତା ସଫା କରି ଟ୍ରାଫିକ ପୁଲିସ ଉଦାହରଣ ସୃଷ୍ଟି କରିଛି। ଫୁଲବାଣୀ ସହରର ଗାନ୍ଧୀ ଛକରେ ଗତ କିଛି ମାସ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ମରାମତି ପରେ ଏଠାରେ ବହୁ ମାତ୍ରାରେ ବାଲି ଗଦା ହୋଇ ରହିଥିଲା। ବାଲି ଗଦା ହୋଇ ରହିବା ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲା। ଏହାକୁ ଲକ୍ଷ୍ୟରେ ରଖି ଆଜି ୩ ଜଣ ଟ୍ରାଫିକ ପୁଲିସ ନିଜେ ଝାଡ଼ୁ ଧରି ରାସ୍ତାରୁ ବାଲି ସଫା କରିଥିଲେ।

publive-image

ଟ୍ରାଫିକ କନଷ୍ଟେବଳ ସୁବ୍ରତ କୁମାର ନାୟକ ଏବଂ ଗୃହରକ୍ଷୀ କୁମୁଦିନୀ ଶତପଥୀ, ପୁଷ୍ପଲତା ବେହେରା ହାତରେ ଝାଡ଼ୁ ଧରି ଗାନ୍ଧୀ ଛକରୁ ବାଲି ସଫେଇ କରିଥିଲେ। ଆଜିର ଏହି ଘଟଣା ଫୁଲବାଣୀ ସହରରେ ଚର୍ଚ୍ଚା ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ପୁଲିସର ଏଭଳି ପ୍ରୟାସକୁ ଫୁଲବାଣୀ ସହରବାସୀ ପ୍ରଶଂସା କରିଛନ୍ତି। ପୂର୍ବରୁ ଏହି ୩ ଜଣ ଟ୍ରାଫିକ ପୁଲିସ ନାନା ପ୍ରକାର ସେବାମୂଳକ କାର୍ଯ୍ୟ କରି ଏସ୍‌ପିଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ପୁଲିସର ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରିତ କରିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe