ଜାତୀୟ ରାଜପଥରେ ୫ ଘଣ୍ଟା ଟ୍ରାଫିକ ଜାମ୍‌

ରାଜ୍ୟ ସରକାର ଗଠନ କଲେ ‌ସ୍ବତନ୍ତ୍ର ଟାସ୍କ ଫୋର୍ସ

Blog-TruckSuvidha -

କବାଟବନ୍ଧ: ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ପୋଲ ଉପରେ ଆଜି ଟ୍ରାଫିକ ସମସ୍ୟା ଯୋଗୁଁ ୫ ଘଣ୍ଟା ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ପୋଲ ଉପରେ ଏବଂ ଉଭୟ ପଟରେ ଶହଶହ ଭାରୀଯାନ ସମେତ ଆମ୍ବୁଲାନ୍ସ, ଯାତ୍ରୀବାହୀ ବସ୍‌ ଆଦି ବହୁ ଗାଡ଼ି ଅଟକି ରହିଥିଲା। ଆଜି ଅପରାହ୍‌ଣ ୪ଟାରେ ବ୍ରାହ୍ମଣୀ ସେତୁର ଦକ୍ଷିଣ ପଟରେ ଏକ ଟିପର ଖରାପ ହୋଇଥିଲା।

ଅପରାହ୍‌ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅଟକି ରହିଥିଲା। ଉଭୟ ପଟରେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା। ଦୀର୍ଘ ସମୟ ଧରି ଏଭଳି ଟ୍ରାଫିକ ସମସ୍ୟା ଦେଖାଯାଇଥିଲେ ମଧ୍ୟ ସ୍ଥାନୀୟ ଜେନାପୁର ଓ କଳିଙ୍ଗନଗର ପୁଲିସର ଦେଖା ମିଳିନଥିଲା। ଶେଷରେ ସ୍ଥାନୀୟ ଲୋକେ ଟିପରଟିକୁ ଠେଲିଠେଲି ନେଇ ପୋଲର ଗୋଟିଏ ମୁଣ୍ତରେ ରଖିବା ପରେ ରାତି ୯ଟା ପରେ ଗାଡ଼ିଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe