ମହଙ୍ଗା ପଡ଼ିଲା ଟ୍ରାଫିକ୍ ନିୟମ ଉଲ୍ଲଂଘନ: ୮ ହଜାର ଜରିମାନା ଦେଲେ ବାଇକ୍ ଚାଳକ

Advertisment

ଦିନକରେ ୧.୬୦ ଲକ୍ଷ ଫାଇନ୍ ଆଦାୟ

ଦିନକରେ ୧.୬୦ ଲକ୍ଷ ଫାଇନ୍ ଆଦାୟ

ମହଙ୍ଗା ପଡ଼ିଲା ଟ୍ରାଫିକ୍ ନିୟମ ଉଲ୍ଲଂଘନ: ୮ ହଜାର ଜରିମାନା ଦେଲେ ବାଇକ୍ ଚାଳକ

ରାୟଗଡ଼ା: ନୂଆ ବର୍ଷରୁ ଟ୍ରାଫିକ୍ ନିୟମ କଡାକଡ଼ି କରିବାକୁ ଘୋଷଣା କରିଛନ୍ତି ସରକାର। କିନ୍ତୁ ଏହା ସତ୍ତ୍ବେ ଲୋକେ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଉଛି। ଆଜି ନିୟମ ଉଲ୍ଲଂଘନ କରି ବାଇକ ଚଳାଇବା ଜଣେ ଚାଳକଙ୍କୁ ମହଙ୍ଗା ପଡ଼ିଛି। ବିନା ହେଲମେଟ୍, ଡ୍ରାଇଭିଂ ଲାଇସେନସ୍, ଇନସ୍ୟୁରାନସ୍ ନଥାଇ ଗାଡ଼ି ଚଳାଇବା ଅଭିଯୋଗରେ ସହରର ରଇତ କଲୋନିର ବାଇକ ଚାଳକ ନାଁରେ ୮ ହଜାର ଟଙ୍କାର ଚାଲାଣ କଟାଯାଇଛି।

ସୂଚନା ମୁତାବକ, ପୁଲିସ୍ ଓ ପରିବହନ ବିଭାଗ ପକ୍ଷରୁ ଆଜି ସହରର ଡିଆଇବି ଛକରେ ଯାନ ବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ବାଇକରେ ରଇତ କଲୋନିରୁ ମାର୍କେଟ ଆଡକୁ ଆସୁଥିବା ପି. ଶ୍ରୀନୁଙ୍କ ବାଇକକୁ ପୁଲିସ୍ ଅଟକାଇଥିଲା। ବିନା ହେଲମେଟରେ ଶ୍ରୀନୁ ଗାଡ଼ି ଚଲାଉ ଥିବାରୁ ପୁଲିସ୍ ଫାଇନ୍ କାଟିବା ସହ ଅନ୍ୟ କାଗଜପତ୍ର ଯାଞ୍ଚ କରିଥିଲା। ଡ୍ରାଇଭିଂ ଲାଇସେନସ୍, ଇନସ୍ୟୁରାନସ୍ ସଂପର୍କିତ କାଗଜପତ୍ର ଶ୍ରୀନୁ ନ ଦେଖାଇ ପାରିବା ପରେ ପରିବହନ ବିଭାଗ ଟ୍ରାଫିକ୍ ଇନସପେକ୍ଟର୍ ଯୁଧିଷ୍ଠିର ଲେଙ୍କା ନିୟମ ଉଲ୍ଲଂଘନ ଅଭିଯୋଗ‌ରେ ୮ ହଜାର ଟଙ୍କାର ଚାଲାଣ କାଟିଥିଲେ। ଏପରି ଅନେକ ନିୟମ ଉଲ୍ଲଘଂନକାରୀଙ୍କ ନିକଟରୁ ଆଜି ପରିବହନ ବିଭାଗ ୧.୪୪ ଲକ୍ଷ ଏବଂ ପୁଲିସ୍ ୧୬ ହଜାର ଟଙ୍କାର ଫାଇନ୍ ଆଦାୟ କରିଛି। ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥଙ୍କ ସମେତ ଟ୍ରାଫିକ୍ ଏଏସଆଇ ସି. କେ. ପାତ୍ର, ଏଏସଆଇ ପି. ରାବଣା ପ୍ରମୁଖ ଯାନବାହନ ଯାଞ୍ଚରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe