ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣ: ବାଂଲାଦେଶ ସରକାରଙ୍କ ସହ ଯୋଗାଯୋଗ ପାଇଁ ପଦକ୍ଷେପ

Advertisment

ବାଂଲାଦେଶରୁ ନାବାଳିକା ଓ ଯୁବତୀଙ୍କୁ ବେଆଇନ ଭାବେ ସୀମା ପାର କରାଇ ଓଡ଼ିଶା ଅଣାଯାଉଛି। ଏଠାରେ ସେମାନଙ୍କୁ ଯୌନ କାରବାର ଓ ଅନ୍ୟ ବେଆଇନ କାର୍ଯ୍ୟରେ ନିୟୋଜିତ କରାଯାଉଛି।

ବାଂଲାଦେଶରୁ ନାବାଳିକା ଓ ଯୁବତୀଙ୍କୁ ବେଆଇନ ଭାବେ ସୀମା ପାର କରାଇ ଓଡ଼ିଶା ଅଣାଯାଉଛି। ଏଠାରେ ସେମାନଙ୍କୁ ଯୌନ କାରବାର ଓ ଅନ୍ୟ ବେଆଇନ କାର୍ଯ୍ୟରେ ନିୟୋଜିତ କରାଯାଉଛି।

adadad

The Hindu

କଟକ: ବାଂଲାଦେଶରୁ ନାବାଳିକା ଓ ଯୁବତୀଙ୍କୁ ବେଆଇନ ଭାବେ ସୀମା ପାର କରାଇ ଓଡ଼ିଶା ଅଣାଯାଉଛି। ଏଠାରେ ସେମାନଙ୍କୁ ଯୌନ କାରବାର ଓ ଅନ୍ୟ ବେଆଇନ କାର୍ଯ୍ୟରେ ନିୟୋଜିତ କରାଯାଉଛି। କଟକରେ ଜଣେ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଉକ୍ତ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଏବେ ବିଡ଼ାନାସୀସ୍ଥିତ ‘ବସୁନ୍ଧରା’ରେ ଥଇଥାନ କରାଯାଇଥିବା ବେଳେ ତାଙ୍କ ସହିତ ଆଉ ଚାରି ଜଣଙ୍କୁ ଦଲାଲ୍‌ ବାଂଲାଦେଶରୁ ଓଡ଼ିଶା ଆଣିଛି। ପୀଡ଼ିତା ନାବାଳିକାଙ୍କ ସୂଚନା ଆଧାରରେ କଟକ କମିସନରେଟ୍ ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ପୀଡ଼ିତା ଜଣକ ଏବେ ବାଂଲାଦେଶ ଫେରିଯିବାକୁ ଚାହୁଁଥିବା ବେଳେ ଏଥିରେ ସୀମାପାର ଅନୁପ୍ରବେଶ ଓ ଅନ୍ତର୍ଜାତୀୟ ଯୌନ କାରବାର ଯୋଡ଼ି ହୋଇଥିବାରୁ ଏ ନେଇ କେନ୍ଦ୍ର ସରକାରଙ୍କ ସହିତ କଟକ ପ୍ରଶାସନ ପକ୍ଷରୁ ଯୋଗାଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି।

କଟକରୁ ନାବାଳିକା ଉଦ୍ଧାର ପରେ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
୫ ଯୁବତୀଙ୍କୁ ସୀମାପାର କରି ଆଣିଛି ଦଲାଲ; ବାରମ୍ବାର ଦୁଷ୍କର୍ମର ଶିକାର
ବାଂଲାଦେଶ ସରକାରଙ୍କ ସହ ଯୋଗାଯୋଗ ପାଇଁ ପଦକ୍ଷେପ

ସୂଚନା ଅନୁଯାୟୀ, ବାଂଲାଦେଶ ରାଜଧାନୀ ଢାକାରେ ରହୁଥିବା ୫ ଜଣ ନାବାଳିକା ଓ ଯୁବତୀଙ୍କୁ ଦଲାଲ ବେଆଇନ ଭାବେ ଭାରତ-ବାଂଲାଦେଶ ସୀମାରେ ଅନୁପ୍ରବେଶ କରାଇ ଓଡ଼ିଶା ଆଣିଥିଲା। ସେମାନଙ୍କୁ ପ୍ରଥମେ ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ଅଣାଯାଇଛି। ଓଡ଼ିଶାର ବାଲେଶ୍ବର, ବାରିପଦା, ବ୍ରହ୍ମପୁର, ଭୁବନେଶ୍ବର, କଟକ ଭଳି ଜିଲ୍ଲାରେ ଯୌନ କାର୍ଯ୍ୟକଳାପରେ ଦଲାଲ ସେମାନଙ୍କୁ ନିୟୋଜିତ କରିଛି। ଉଦ୍ଧାର ହୋଇଥିବା ନାବାଳିକାଙ୍କୁ ଦଲାଲ ଭୁବନେଶ୍ବରରୁ କଟକ ସଦର ଗୋପାଳପୁର ଅଞ୍ଚଳକୁ ଆଣିଥିଲା। ସେଠାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ନାବାଳିକା ଜଣକ କିନ୍ତୁ ସୁଯୋଗ ଉଣ୍ଡି ଜଣେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ପାଖରେ ପହଞ୍ଚି ଯାଇଥିଲେ। ନାବାଳିକାଙ୍କ ବୟସ ଏବେ ୧୭ ବର୍ଷ। ଫଳରେ ପୁଲିସ ପୀଡ଼ିତା ନାବାଳିକାଙ୍କୁ ନେଇ ସିଡବ୍ଲୁସିରେ ହାଜର କରାଇଥିଲା। ପୀଡ଼ିତା ନାବାଳିକାଙ୍କ ସଂପର୍କରେ ବାଂଲାଦେଶର ରାଷ୍ଟ୍ରଦୂତଙ୍କୁ ଅବଗତ କରାଯିବ। କଟକ ସିଡବ୍ଲୁସି ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି। ସିଡବ୍ଲୁସି ଏ ସଂକ୍ରାନ୍ତରେ ଭାରତୀୟ ଉଚ୍ଚ ଆୟୁକ୍ତଙ୍କ ମାଧ୍ୟମରେ ବାଂଲାଦେଶ ସରକାରଙ୍କ ସହିତ ଯୋଗାଯୋଗ କରିବା ପରେ ହୁଏତ ପୀଡ଼ିତା ନିଜ ଘରକୁ ଫେରିବାର ରାସ୍ତା ଖୋଲିପାରିବ। କିନ୍ତୁ ଏ ବାବଦରେ ପୁଲିସ ଏଯାଏ କୌଣସି ମାମଲା ରୁଜୁ କରିନାହିଁ। ଅନ୍ୟପଟେ ନିର୍ଦ୍ଦିଷ୍ଟ ଭାବେ କେଉଁ ବାଟ ଦେଇ ସେମାନଙ୍କୁ ବାଂଲାଦେଶରୁ ଓଡ଼ିଶା ଅଣାଯାଇଛି, ସେ ସଂପର୍କରେ ପୀଡ଼ିତା ନାବାଳିକା କୌଣସି ସ୍ପଷ୍ଟ ସୂଚନା ଦେଇ ପାରୁନାହାନ୍ତି। ତାଙ୍କ ସହିତ ଆସିଥିବା ଅନ୍ୟ ୪ ନାବାଳିକା/ଯୁବତୀ ଏବେ କେଉଁଠି, କେଉଁ ସ୍ଥିତିରେ ଅଛନ୍ତି, ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe