କେନ୍ଦ୍ରାପଡ଼ା ତିନିମୁହାଣୀରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀ ଓ ପୁଅ ଆଗରେ ଚାଲିଗଲା ମହିଳାଙ୍କ ଜୀବନ

Advertisment

ସ୍ବାମୀ ଓ ଚାରିବର୍ଷର ପିଲା ଆଗରେ ଚାଲିଗଲା ସ୍ତ୍ରୀର ଜୀବନ। କେନ୍ଦ୍ରାପଡ଼ା ତିନିମୁହାଣୀ ଛକସ୍ଥିତ ଚଟିପୋଲ ନିକଟରେ ଆଜି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଡ଼ି ବୋଝେଇ ହାଇଵା ଧକ୍କାରେ ମହିଳାଙ୍କର....

ସ୍ବାମୀ ଓ ଚାରିବର୍ଷର ପିଲା ଆଗରେ ଚାଲିଗଲା ସ୍ତ୍ରୀର ଜୀବନ। କେନ୍ଦ୍ରାପଡ଼ା ତିନିମୁହାଣୀ ଛକସ୍ଥିତ ଚଟିପୋଲ ନିକଟରେ ଆଜି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଡ଼ି ବୋଝେଇ ହାଇଵା ଧକ୍କାରେ ମହିଳାଙ୍କର....

ggjjbbnbn

କେନ୍ଦ୍ରାପଡ଼ା: ସ୍ବାମୀ ଓ ଚାରିବର୍ଷର ପିଲା ଆଗରେ ଚାଲିଗଲା ସ୍ତ୍ରୀର ଜୀବନ। କେନ୍ଦ୍ରାପଡ଼ା ତିନିମୁହାଣୀ ଛକସ୍ଥିତ ଚଟିପୋଲ ନିକଟରେ ଆଜି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଡ଼ି ବୋଝେଇ ହାଇଵା ଧକ୍କାରେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ବେଳେ ସ୍ବାମୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବାପ-ପୁଅଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ଟାୟାର୍‌ ଜାଳି କଟକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦିନବେଳା ହାଇଵାରେ ପରିବହନ ବନ୍ଦ କରିବାକୁ ଦାବି କରିଥିଲେ। ଗତକାଲି ରାଜନଗର ବାଇପାସ୍‌ ଛକରେ ହାଇଵା ଧକ୍କାରେ ପୂର୍ବତନ ସରପଞ୍ଚ ରବୀନ୍ଦ୍ରନାଥ ନାୟକଙ୍କ ମୃତ୍ୟୁ ଘଟିଥିଲା। ଆଜି ଅନୁରୂପ ଭାବେ ଅନ୍ୟ ଏକ ହାଇଵା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁଇଦିନରେ ଦୁଇଜଣଙ୍କ ଜୀବନ ଯିବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି। ପୁଲିସ ହାଇଵା ଚାଳକ ଡେରାବିଶ ବ୍ଲକ୍‌ ଇଟାମୁଣ୍ଡୁଳି ଗ୍ରାମର ମନୋଜ ମଳିକଙ୍କୁ ଅଟକ ରଖିଛି।

ପୁଅକୁ ସ୍କୁଲ୍‌ ନେଇ ଯାଉଥିଲା ବେଳେ ଧକ୍କା ଦେଲା ହାଇଵା
ଶବ ରଖି ରାସ୍ତାରୋକ, ପୋଡ଼ାଜଳା
ଦୁଇଦିନରେ ଗଲାଣି ଦୁଇ ଜୀବନ

ଆଜି ଦିନ ପ୍ରାୟ ୯ଟାରେ ଏହି ଦୁର୍ଘଟଣା ଘଟିଥିଲା। କେନ୍ଦ୍ରାପଡ଼ା ପୌରାଞ୍ଚଳ ବଣିଆମାଳ ଗ୍ରାମର କାମାକ୍ଷାପ୍ରସାଦ ସାହୁ ପୁଅକୁ ପ୍ଲେ-ସ୍କୁଲ୍‌ରେ ଛାଡ଼ିବା ପାଇଁ ସ୍କୁଟିରେ ବାହାରିଥିଲେ। ସାଙ୍ଗରେ ପତ୍ନୀ ଶ୍ରଦ୍ଧାଞ୍ଜଳି ପୃଷ୍ଟି(୨୮) ଥିଲେ। ଆଉ ପାଞ୍ଚ ମିନିଟ୍‌ରେ ସେମାନେ ସ୍କୁଲ୍‌ରେ ପହଞ୍ଚି ଯାଇଥା’ନ୍ତେ। ମାତ୍ର ନିୟତିର ନିର୍ଦ୍ଦେଶ ଥିଲା କିଛି ଅଲଗା। ଗୁଲନଗର ଚଟିପୋଲ ନିକଟରେ ପଛରୁ ଆସୁଥିବା ଏକ ଗୋଡ଼ି ବୋଝେଇ ହାଇଵା ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ପଛରେ ବସିଥିବା ଶ୍ରଦ୍ଧାଞ୍ଜଳି ରାସ୍ତା ଉପରେ ପଡ଼ିଯାଇଥିଲେ। ଏହାପରେ ଟ୍ରକ୍‌ ଚକା ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ବାପ-ପୁଅ ସ୍କୁଟି ସହ ବିପରୀତ ପାର୍ଶ୍ବରେ ପଡ଼ିଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ପୁଅର ହାତ ଭାଙ୍ଗି ଯାଇଥିଲା ବେଳେ ସ୍ବାମୀ କାମାକ୍ଷାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ସେହିପରି ବେପରୁଆ ଗାଡ଼ି ଚଳାଇଥିବା ଡ୍ରାଇଭର‌୍‌କୁ ଲୋକମାନେ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସ ଜିମା ଦେଇଛନ୍ତି।

ଅନ୍ୟପଟେ, ଶ୍ରଦ୍ଧାଞ୍ଜଳିଙ୍କ ଶବ ରାସ୍ତା ଉପରେ ପଡ଼ି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପ୍ରାଶାସନିକ ଅପାରଗତା କାରଣରୁ ରାଜ୍ୟ ରାଜପଥ ପାଖାପାଖି ଚାରି ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିଥିଲା। ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ବାବଦ ଅର୍ଥ ଦେବାକୁ ଲିଖିତ ଭାବେ ଜଣାଇବାକୁ ଆନ୍ଦୋଳନକାରୀ ଅଡ଼ି ବସିଥିଲେ। ଟାଉନ୍‌ ଓ ସଦର ପୁଲିସ୍‌ ଉପସ୍ଥିତିରେ କେନ୍ଦ୍ରାପଡ଼ା ତହସିଲଦାର ମୃତକ ପରିବାରବର୍ଗଙ୍କୁ ଜିଲ୍ଲା ରେଡ୍‌କ୍ରସ୍‌ ପାଣ୍ଠିରୁ ୩୦ହଜାର ଟଙ୍କା ସହାୟତା ରାଶି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe