Tragic death of a young man due to exposure to high-voltage electricity
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦନ୍ଦୁଆମୁଣ୍ଡା ଗ୍ରାମରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ହେଲେ ଗ୍ରାମର ସ୍ବର୍ଗତ ବାଣେଶ୍ବର ଧୀବରଙ୍କ ପୁଅ ନରୋତ୍ତମ ଧୀବର(୨୭)।
ଶନିବାର ଅପରାହ୍ନରେ ସେ ଗ୍ରାମର ଜୈନକ ବ୍ୟକ୍ତିଙ୍କ ପୋଖରୀରେ ମାଛ ଚୋରି ରୋକିବା ପାଇଁ ଏକ ଉଚ୍ଚା କଞ୍ଚା ବାଉଁଶ ପକାଇବା ବେଳେ ଅସାବଧାନତା ବଶତଃ ପୋଖରୀ ଉପରେ ଯାଇଥିବା ୪୦୦୦ କେଭି ଉଚ୍ଚ ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସିଯାଇଥିଲେ।
ଫଳରେ ଘଟଣାସ୍ଥଳରେ ନରୋତ୍ତମଙ୍କ ମୃତ୍ୟୁ ଘଟିଥିବା ବେଳେ ପୋଖରୀ ମାଲିକ ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ବିରଞ୍ଚି ବେହେରା
Follow Us