କୋଇଡା: କୋଇଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୁରୁବାର ପୂର୍ବାହ୍ନ ୮.୧୫ରେ କୋଇଡାରୁ ଏକ ଡିଜେ କ୍ରାଫ୍ଟ ନାମକ ଠିକାସଂସ୍ଥା ଶ୍ରମିକ ବୋଝେଇ ମାରୁତି ଓମନି ଗାଡି ସ୍ଥାନୀୟ କମଣ୍ଡ ଷ୍ଟିଲ୍ ପ୍ଲାଣ୍ଟ୍ ଆଭିମୁଖେ ଯାଉଥିବା ବେଳେ ଆର୍ୟନ ଛକ ନିକଟରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ହାଇୱା ଗାଡି ଦ୍ରୁତଗତିରେ ଧକ୍କା ଦେଇ ଓମନିକୁ ଘୋଷାଡ଼ି ନେଇ ଲୁହା ବ୍ୟାରିକେଡ୍ ମଧ୍ଯରେ ଅଟକି ଯାଇଥିଲା ।
ଘଟଣା ଏତେ ଭୟାବହ ଥିଲା ଯେ, ଘଟଣା ସ୍ଥଳରେ ଓମନି ଚାଳକ ଓ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ଓ ଚାରି ଜଣ ବାହାର ରାଜ୍ୟର ଶ୍ରମିକ ଗୁରୁତର ଆହତ ହୋଇଥିଲେ।
ଆହତଙ୍କୁ ଚିକିତ୍ସା ପାଇଁ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଗୁରୁତରମାନଙ୍କ ହାତ ଗୋଡ ଛାତି ହାଡ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ମଧ୍ଯ ଫାଟି ରକ୍ତସ୍ରାବ ହେଉଛି । ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଉଛି । କୋଇଡା ପୁଲିସ ଘଟଣାର ତଦନ୍ତ ଚଳାଇଛି । ଘଟଣା ସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଛନ୍ତି।
ଅଧିକ ପଢ଼ନ୍ତୁ: ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା : ଠିଆ ହୋଇଥିବା ଟ୍ରେଲରକୁ ପିଟି ଜଳିଗଲା କୋଇଲା ବୋଝେଇ ଟ୍ରେଲର
କୋଇଡା ଏକ ଖଣି ବହୁଳ ଅଞ୍ଚଳ ହୋଇଥିବାରୁ ଦୈନନ୍ଦିନ ଏଠାରେ ଦୁର୍ଘଟଣା ଲାଗି ରହିଥାଏ । କାରଣ କୋଇଡା ଖଣି ଅଞ୍ଚଳରେ ଅତ୍ୟଧିକ ମଦ୍ୟପାନ କରି ଗାଡି ଚାଳନା ଓ ଟ୍ରାଫିକ୍ ନିୟମ ନ ମାନିବା ଦୁର୍ଘଟଣାର ମୁଖ୍ୟ କାରଣ ସାଜୁଛି। ଫଳରେ ଦୁର୍ଘଟଣାରେ ଦୈନନ୍ଦିନ ଧନଜୀବନ ହାନୀ ଘଟୁଥିବା କୁହାଯାଉଛି।
ଅଧିକ ପଢ଼ନ୍ତୁ: ଗୋଟାଏ ଭୁଲ୍ ନେଲା କବାଡ଼ି ଖେଳାଳିଙ୍କ ଜୀବନ, କୁକୁର କାମୁଡ଼ିବା ପରେ ନେଇନଥିଲେ ଟୀକା
sundargarh | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/04/tragic-road-accident-hiwa-hits-omni-2-dead-4-seriously-injured-2025-07-04-11-13-06.jpg)