ରେଳଲାଇନ ପାର୍ଶ୍ବରେ ନକ୍ସଲ ବ୍ୟାନର, ଅଟକିଲା ଯାତ୍ରୀବାହୀ ଟ୍ରେନ୍

Advertisment
ରେଳଲାଇନ ପାର୍ଶ୍ବରେ ନକ୍ସଲ ବ୍ୟାନର, ଅଟକିଲା ଯାତ୍ରୀବାହୀ ଟ୍ରେନ୍

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଲୋଟପାହାଡ ରେଳ ଲାଇନ ପାର୍ଶ୍ବରେ ନକ୍ସଲ ବ୍ୟାନର ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆତଙ୍କିତ ହୋଇ ପଡିଛନ୍ତି ରେଳବାଇ କର୍ମଚାରୀ, ଆର୍‌ପିଏଫ୍‌ ଯବାନ। ରେଳଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି।

ଆଜି ସକାଳ ପ୍ରାୟ ୬ଟାରେ ନକ୍ସଲ ବ୍ୟାନର ଲଗାଯାଇଥିବା ମାଲ୍‌ଗାଡି କର୍ମଚାରୀ ଦେଖି ରେଳବାଇ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପରେ ହାୱଡା-ମୁମ୍ବାଇ ଅପ୍‌ ଓ ଡାଉନ୍‌ ଲାଇନ୍‌ରେ ଯାତାୟତ କରୁଥିବା ଯାତ୍ରୀବାହୀ ଟ୍ରେନ୍‌କୁ ପୂର୍ବବର୍ତ୍ତୀ ଷ୍ଟେସନରେ ରୋକାଯାଇଥିଲା। ରାଉରକେଲାରୁ ହାୱଡା ଯାଉଥିବା ଅହମ୍ମଦାବାଦ ଏକ୍ସପ୍ରେସ୍‌ ଗୋଏଲକେରା ଷ୍ଟେସନର ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ସନ୍ଧାନୀ କୁକୁର, ଆର୍‌ପିଏପ୍‌, ଜିଆର୍‌ପି , ଜିଲ୍ଲା ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ଟ୍ରେନ୍‌ଗୁଡ଼ିକୁ ଛଡାଯାଇଥିଲା। ବ୍ୟାନରେ କେନ୍ଦ୍ର ସରକାର ତିନିଟି କଳା କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନକ୍ସଲ ସଙ୍ଗଠନ ଦାବି କରିଛି। ଏହି ତିନିଟି ଆଇନ ବିରୋଧରେ ଆନ୍ଦୋଳନକୁ ‌ଜୋରଦାର କରିବାକୁ ବିଭିନ୍ନ ସଙ୍ଗଠନକୁ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe