ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ଖୋର୍ଦ୍ଧା-ବିଶାଖାପାଟଣା ଏକ୍ସପ୍ରେସ୍‌ !

ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ଖୋର୍ଦ୍ଧା-ବିଶାଖାପାଟଣା ଏକ୍ସପ୍ରେସ୍‌ !

ରାୟଗଡ଼ା: ରାତି ପ୍ରାୟ ୧ଟା ବେଳକୁ ମୁନିଗୁଡା ଷ୍ଟେସନ୍‌ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଅତିକ୍ରମ କରିବାପରେ ହଠାତ୍‌ ସେଠାରେ ବଡ଼ ଧରଣର ଶବ୍ଦ ହୋଇଥିଲା। ଏହା ଶୁଣି ସେଠାରେ ରେଳ କର୍ମଚାରୀମାନେ ପହଞ୍ଚିଥିଲେ। ସେମାନେ ସେଠାରେ ରେଳ ଧାରଣାକୁ ମରାମତି କରିଥିଲେ।

ଏହାପୂର୍ବରୁ ମୁନିଗୁଡା ଷ୍ଟେସନ୍‌ରେ ଆସି ପହଞ୍ଚିଥିଲା ଖୋର୍ଦ୍ଧା-ବିଶାଖାପାଟନା ଏକ୍ସପ୍ରେସ୍‌। ଏହାକୁ ପ୍ରାୟ ଅଢ଼େଇ ଘଣ୍ଟା ଯାଏଁ ଛଡ଼ାଯାଇନଥିଲା। ରେଳ ଧାରଣା ମରାମତି କରାଯିବାପରେ ଅଢ଼େଇ ଘଣ୍ଟା ବିଳମ୍ବରେ ଖୋର୍ଦ୍ଧା-ବିଶାଖାପାଟନା ଏକ୍ସପ୍ରେସ୍‌ ମୁନିଗୁଡାଷ୍ଟେସନ୍‌ରୁ ଯାତ୍ରା କରିଥିଲା। ଏପରିଭାବେ ଖୋର୍ଦ୍ଧା-ବିଶାଖାପାଟନା ଏକ୍ସପ୍ରେସ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe