ବୀମା ଦାବିରେ ୧୪ରୁ ଅନିର୍ଦ୍ଦିଷ୍ଟ କାଳ ରୋଳରୋକ

ବୀମା ଦାବିରେ ୧୪ରୁ ଅନିର୍ଦ୍ଦିଷ୍ଟ କାଳ ରୋଳରୋକ

India Rail Info

ପଦ୍ମପୁର: ରାଜବୋଡ଼ାସମ୍ବର କୃଷକ  ସଙ୍ଗଠନର  ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ବରେ ସ୍ଥାନୀୟ ଗୋରୁ ବଜାରରେ କୃଷକ ସଙ୍ଗଠନର ବୈଠକ ଅନୁଷ୍ଠିତ ହୋଇଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ବେ  ଫସଲ ବୀମା ରାଶି ମିଳୁ ନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ଜଳାଭାବ ଯୋଗୁଁ ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡର ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷ କରିବାକୁ ଚାଷୀ ପାଖରେ ସମ୍ବଳ ନାହିଁ। ପ୍ରାୟ ୭୦% ଚାଷୀ ଋଣ ଖିଲାପୀ ହୋଇସାରିଛନ୍ତି। ଅର୍ଥାଭାବରୁ ସାର, ବିହନ କିଣିବାକୁ ସମର୍ଥ ହେଉ ନାହିଁ। ଏଣେ ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି। ଉପଖଣ୍ଡ ପୁଣି ଏକ ମରୁଡ଼ିର ସମ୍ମୁଖୀନ ହେବ।

ଏଭଳି ସମୟରେ  ଗତ ୨୦୨୧  ଖରିଫ ଋତୁକୁ ରାଜ୍ୟ ସରକାର ମରୁଡ଼ି ଘୋଷଣା କରିନାହାନ୍ତି କିମ୍ବା ମରୁଡ଼ି ସହାୟତା ରାଶି ପ୍ରଦାନ କରିନାହାନ୍ତି। ବୀମା ପାଇଁ ମଧ୍ୟ ପ୍ରଶାସନ ଓ କମ୍ପାନି ଭୁଆଁ ବୁଲାଇ ଚାଲିଛି। ତେଣୁ ଆସନ୍ତା ଅଗଷ୍ଟ ୧୪ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ତଥା ସମସ୍ତ ସରକାରୀ କାର୍ଯ୍ୟାଳୟ ଅଚଳ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଚାଷୀନେତା ରମେଶ ମହାପାତ୍ର, ରାଜବୋଡ଼ାସମ୍ବର କୃଷକ ସଂଗଠନର ଆବାହକ ଅଶୋକ ସାହୁ, ଆଇନ ପରାମର୍ଶଦାତା ଅଜିତ ଶତପଥୀ, ରୋହିତ ପଧାନ, ପ୍ରମୋଦ ରାୟ, କ୍ଷମାନିଧି ସାହୁ, ଭଜନ ସାଗର, ସୁବାସ ପଧାନ, ଶିବ ସାହୁ, ସୁଶାନ୍ତ ଗଡ଼ତିଆ, ମୁରଲି ଭୋଇ, ପ୍ରଭାତ ସାହୁ, କୁଞ୍ଜବିହାରୀ ପଧାନ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ବୀରେନ୍ଦ୍ର ପଧାନ, ଗଜପତି ସାହୁ, ଆନନ୍ଦ ପଧାନ, ସୁଜିତ ପାତ୍ର, ସୁରେଶ ଜୁଆଡ଼ି, ବିଶ୍ବନାଥ ରଣା, ଲିଙ୍ଗରାଜ ପଧାନ, ଅରକ୍ଷିତ ପଧାନ, ଦହିତ ସାହୁ, ଶେଷଦେବ ନାୟକ ବୀମା କମ୍ପାନି ସମେତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ କ୍ଷୋଭ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe