ଆଜିଠୁ ଟ୍ରେନ୍‌ ଟିକେଟ୍‌ ବୁକିଂ, ପୂର୍ବତଟ ରେଳପଥରେ ଗଡ଼ିବ ୧୨ ଯୋଡ଼ା ଟ୍ରେନ୍‌

Advertisment

୩୦ ଦିନ ଆଗୁଆ ଟିକେଟ୍‌ ବୁକିଂ କରିହେବ

୩୦ ଦିନ ଆଗୁଆ ଟିକେଟ୍‌ ବୁକିଂ କରିହେବ

୮ରୁ ଓଡ଼ିଶା ଭିତରେ ଗଡ଼ିବ ୫ଟି ଟ୍ରେନ୍‌

Condé Nast Traveller India

ଭୁବନେଶ୍ବର: ଜୁନ୍‌ ପହିଲାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ନନ୍‌-ଏସି ଟ୍ରେନ୍‌ ଚଳାଚଳ କରିବ। ଏହିକ୍ରମରେ ପୂର୍ବତଟ ରେଳପଥ ମଧ୍ୟରେ ୧୨ ଯୋଡ଼ା ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଗୁରୁବାର(ମେ’ ୨୧)ରୁ କେବଳ ଅନ୍‌ଲାଇନ୍‌(ଆଇଆରସିଟିସି ୱେବସାଇଟ୍‌)ରେ ଟିକେଟ୍‌ ବୁକିଂ କରାଯାଇପାରିବ। କୌଣସି ବି ଷ୍ଟେସନରେ ଟି‌କେଟ୍‌ ବିକ୍ରି ହେବ ନାହିଁ। ତେଣୁ ଯାତ୍ରୀମାନେ ଟିକେଟ୍‌ କିଣିବା ପାଇଁ ଷ୍ଟେସନ ଆସିବାର ଆବଶ୍ୟକତା ନାହିଁ। ଟ୍ରେନ୍‌ଗୁଡ଼ିକର ସମୟ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଲକ୍‌ ଡାଉନ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। କିଛି ଟ୍ରେନ୍‌ ଓଡ଼ିଶାକୁ ଛାଡ଼ିବାକୁ ଥିବା ବେଳେ ଆଉ କେତେକ ଟ୍ରେନ୍‌ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରିବ। ଭୁବନେଶ୍ବର-ମୁମ୍ବାଇ ମଧ୍ୟରେ କୋଣାର୍କ ଏକ୍ସପ୍ରେସ୍‌ ଚାଲିବ। ଭୁବନେଶ୍ବର-ହାୱଡା ମଧ୍ୟରେ ଜନଶତାଦ୍ଧି ଏକ୍ସପ୍ରେସ୍‌, ପୁରୀ-ନୂଆଦିଲ୍ଲୀ ମଧ୍ୟରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌, ପୁରୀ-ସିଆଲଦା(କୋଲକାତା) ମଧ୍ୟରେ ଦୂରନ୍ତ ଏକ୍ସପ୍ରେସ୍‌, ବିଶାଖାପାଟଣାରୁ ନୂଆଦିଲ୍ଲୀକୁ ଏପି ଏକ୍ସପ୍ରେସ୍‌, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ୍‌ ଚଳାଚଳ କରିବ। ଏହାବ୍ୟତୀତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍‌, ଧାନବାଦ-ଆଲପୁଝା ଏକ୍ସପ୍ରେସ୍‌ ଓ ହାୱଡା-ଯଶବନ୍ତପୁର ଦୂରନ୍ତ ଏକ୍ସପ୍ରେସ୍‌, ହାୱଡାରୁ ମୁମ୍ବାଇ, ହାୱଡାରୁ ଅହମ୍ମଦାବାଦ, ହାୱଡାରୁ ବଡ଼ବିଲ୍‌ ସ୍ବତନ୍ତ୍ର ଏକ୍ସପ୍ରେସ୍‌ ଯାତାୟତ କରିବ। ଏହି ଟ୍ରେନ୍‌ର ଗତିପଥ ଓ ସମୟ ନେଇ ଖୁବ୍‌ଶୀଘ୍ର ଘୋଷଣା‌ କରାଯିବ। ଆହୁରି କୁହାଯାଇଛି ଯେ ୩୦ ଦିନ ଆଗୁଆ ଟିକେଟ୍‌ ବୁକିଂ କରାଯାଇପାରିବ। ଚୂଡ଼ାନ୍ତ ଯାତ୍ରୀ ତାଲିକା ପ୍ରସ୍ତୁତ ହେବା ପରେ ‌ୱେଟ୍‌ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଚଢ଼ିବାକୁ ଅନୁମତି ନାହିଁ। ତତ୍କାଳ ଟ୍ରେନ୍‌ ଟିକେଟ୍‌ ସୁବିଧା ନାହିଁ। ଟ୍ରେନ୍‌ ଭଡ଼ା ସହ ଖାଇବା ପାଇଁ କୌଣସି ଶୁଳ୍କ ଆଦାୟ ହେବ ନାହିଁ। ଯାତ୍ରୀମାନେ ଆଇଆରସିଟିସିରୁ ସୀମିତ ଖାଦ୍ୟ ଓ ପାନୀୟ ବରାଦ କରିପାରିବେ। ନ ହେଲେ ଖାଦ୍ୟ ପାନୀୟ ନିଜେ ସାଙ୍ଗରେ ନେବେ। ଟ୍ରେନ୍‌ ଭିତରେ ଉଚ୍ଚ ଶ୍ରେଣୀର ଯାତ୍ରୀଙ୍କୁ ଚାଦର ଓ କମ୍ବଳ ଦିଆଯିବ ନାହିଁ। ମାସ୍କ ପିନ୍ଧିବା, ଆରୋଗ୍ୟ ସେବୁ ଆପ୍‌ ଡାଉନ୍‌ଲୋଡ୍‌ କରିବା ବାଧ୍ୟତାମୂଳକ। ଟ୍ରେନ୍‌ ଛାଡ଼ିବାର ୯୦ ମିନିଟ୍‌ ପୂର୍ବରୁ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe