ଜେଲ୍‌ରୁ ମୁକୁଳିବେ ଜାମିନଯୋଗ୍ୟ କଏଦୀ

Advertisment

ଏପ୍ରିଲ ୧୪ ପର୍ଯ୍ୟନ୍ତ ଯାତ୍ରୀ ଟ୍ରେନ୍‌ ବାତିଲ

ଏପ୍ରିଲ ୧୪ ପର୍ଯ୍ୟନ୍ତ ଯାତ୍ରୀ ଟ୍ରେନ୍‌ ବାତିଲ

୮୫ ଜେଲ୍‌ ପ୍ରତି କ‌ରୋନା ସଂକ୍ରମଣ ବିପଦ, ଥଳକୂଳ ପାଉନି କାରାଗାର ବିଭାଗ

Odisha Bytes

ଭୁବନେଶ୍ବର : କରୋନା ବା କଭିଡ୍‌-୧୯ ସ୍ଥିତିକୁ ଦେଖି ରାଜ୍ୟ ସରକାର ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ଜେଲ୍‌ମାନଙ୍କରେ ଭିଡ଼ କମାଇବାକୁ ଜାମିନଯୋଗ୍ୟ କଏଦୀଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସରକାରଙ୍କ ଗୃହ ବିଭାଗ ଓଡ଼ିଶା ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସିଆର୍‌ପିସିର ଧାରା ୪୩୬ ଓ ୪୩୬-ଏ ଧାରା ବଳରେ ଜରୁରୀ ପରିସ୍ଥିତିରେ କଏଦୀଙ୍କୁ ଛାଡ଼ିବାର ବ୍ୟବସ୍ଥା ଥିବା ଉଲ୍ଲେଖ କରାଯାଇଛି। ଗୃହ ବିଭାଗ ଯୁଗ୍ମ ଶାସନ ସଚିବ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ୨୦୧୩ ମସିହାରେ ସୁପ୍ରିମ୍‌କୋର୍ଟରେ ଦାୟର କରାଯାଇଥିବା ଏକ ରିଟ୍‌ ପିଟିସନ୍‌ର ବିଚାର କରି ୨୦୧୭ ମସିହାରେ ସିଆର୍‌ପିସିର ଏହି ଦୁଇଟି ଧାରା ବ୍ୟବହାର କରିବାକୁ ଆଦେଶ ଦେଇଥିଲେ। ଯେଉଁଥିରେ ଜାମିନଯୋଗ୍ୟ କଏଦୀଙ୍କ ସମେତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇନଥିବା ଦୋଷୀ ଯିଏ କି ଦଣ୍ଡାଦେଶର ୫୦% ସଜା କାଟିସାରିଥିବ ତାକୁ ଏହି ବିଶେଷ ପରିସ୍ଥିତିରେ ଜେଲରୁ ଖଲାସ କରାଯାଇପାରିବ। ଏପରିକି ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀକୁ ଜାମିନ ମିଳିଥାଏ, କିନ୍ତୁ ସେ ଜାମିନ ବଣ୍ଡ୍‌ ଦେଇପାରିନଥିବା ତାକୁ ବି ଛଡ଼ାଯାଇପାରିବ। ଏଥିପାଇଁ ସମ୍ପୃକ୍ତ ବିଚାରାଧୀନ କଏଦୀ ନିଜେ ବ୍ୟକ୍ତିଗତ ବଣ୍ଡ ଦାଖଲ କରି ଜେଲ୍‌ରୁ ମୁକୁଳିପାରିବେ ବୋଲି ଚିଠିରେ ଗୃହ ବିଭାଗ ଜଣାଇଛି।

ଏପ୍ରିଲ ୧୪ ପର୍ଯ୍ୟନ୍ତ ଯାତ୍ରୀ ଟ୍ରେନ୍‌ ବାତିଲ
ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ବ୍ୟାପିବାକୁ ଆଖିରେ ରଖି ଭାରତୀୟ ରେଳପଥ ପକ୍ଷରୁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନକୁ ଆସନ୍ତା ଏପ୍ରିଲ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ମେଲ୍‌, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପାସେଞ୍ଜର ଟ୍ରେନ ସମେତ କଲିକତା ମେଟ୍ରୋ ରେଳପଥର ଟ୍ରେନ ଓ ଉପନଗର ଅଞ୍ଚଳରେ ଚଳାଚଳ କରୁଥିବା ଟ୍ରେନ ସେବା ମଧ୍ୟ ବନ୍ଦ ରହିବ। ତେବେ ଜରୁରୀ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମାଲବାହୀ ଟ୍ରେନ ପୂର୍ବଭଳି ଚଳାଚଳ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe