ଝାରସୁଗୁଡ଼ା: ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଆଜି ସନ୍ଧ୍ୟା ୭.୪୫ ରେ ଏକ ଚଳନ୍ତା ଟ୍ରକରେ ହଠାତ୍ ନିଆଁ ଲାଗି ଯାଇଥିଲା। ଟ୍ରକରେ ନିଆଁ ଲାଗିବା ଜାଣି ଟ୍ରକ ଡ୍ରାଇଭର ରାସ୍ତା ଉପରେ ଟ୍ରକ୍ ରଖି ଓହ୍ଲାଇ ଯାଇଥିଲେ। ଟ୍ରକ (ଓଡି-୧୬ବି-୯୨୩୬)ରେ କୋଇଲା ବୋଝେଇ ହୋଇଥିଲା। ଝାରସୁଗୁଡ଼ା ପଟୁ ଏହି ଟ୍ରକ ହସ୍ପିଟାଲ୍ ରାସ୍ତା ଦେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଖବରପାଇ ଦମକଳ ବାହିନୀ ଓ ପୁଲିସ ପହଞ୍ଚି ଟ୍ରକ୍ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us