ଗେଟ୍‌ ଖୋଲାଥିଲା, ମାଡ଼ିଆସିଲା ଟ୍ରେନ୍‌: ବନ୍ଧମୁଣ୍ଡାରେ ଅଳ୍ପକେ ଟଳିଗଲା ଅଘଟଣ

ଗେଟ୍‌ ଖୋଲାଥିଲା, ମାଡ଼ିଆସିଲା ଟ୍ରେନ୍‌: ବନ୍ଧମୁଣ୍ଡାରେ ଅଳ୍ପକେ ଟଳିଗଲା ଅଘଟଣ

ରାଉରକେଲା: ବନ୍ଧମୁଣ୍ଡାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରେଳ ଫାଟକର ଗେଟ୍‌ ଖୋଲାଥିବାବେଳେ ମାଡ଼ିଆସିଥିଲା ଟ୍ରେନ୍‌। ତେବେ ଗେଟ୍‌ ଖୋଲାଥିବା ଦେଖି ଟ୍ରେନ ଚାଳକ ବ୍ରେକ୍‌ ଦେଇଥିଲେ। ଫଳରେ ନିଶ୍ଚିତ ଏକ ବଡ଼ ଅଘଟଣ ଟଳିଯାଇଛି।

ଆଜି ପୂର୍ବାହ୍ନ ପ୍ରାୟ ୯ଟା। ବନ୍ଧମୁଣ୍ଡା ଡିଜେଲ କଲୋନି ରେଳ ଫାଟକର ଗେଟ୍‌ ଖୋଲାଥିଲା। ଫଳରେ ଯାତ୍ରୀମାନେ ଅନାୟାସରେ ଯିବା ଆସିବା କରୁଥିଲେ। ଠିକ୍‌ ଏହି ସମୟରେ ଏକ ମାଲବାହୀ ଟ୍ରେନ୍‌ ଆସୁଥିବା ଲୋକେ ଦେଖିଥିଲେ। ତେବେ ଗୋଟିଏ ବାଇକ୍‌ ଆରୋହୀ ଓ ଅଟୋ ଚାଳକ ଟ୍ରେନ୍‌କୁ ଦେଖିନପାରି ରେଳଧାରଣା ପାର ହେଉଥିଲେ। ମାତ୍ର ଟ୍ରେନ୍‌ ଡ୍ରାଇଭର ଗେଟ୍‌ ଖୋଲାଥିବା ଓ ଯାତ୍ରୀ ଯିବାଆସିବା କରୁଥିବା ଦେଖି ଏମର୍ଜେନ୍ସି ବ୍ରେକ୍‌ ଦେଇଦେଇଥିଲେ। ଟ୍ରେନ୍‌ ରହିଯାଇଥିଲା ସତ; କିନ୍ତୁ ନିଶ୍ଚିତ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ ବାଇକ୍‌ ଓ ଅଟୋ ଚାଳକ। ସ୍ଥାନୀୟ ଗେଟ୍‌ମେନ୍‌ଙ୍କ ଅବହେଳାକୁ ଦାୟୀ କରିଥିଲେ ଯାତ୍ରୀ। କିନ୍ତୁ ଗେଟ୍‌ମେନ୍‌ ପୂର୍ବ ଷ୍ଟେସନ୍‌, ଅର୍ଥାତ୍‌ ଏନ୍‌’କ୍ୟାବିନର ଷ୍ଟେସନ ମାଷ୍ଟର୍‌ ମାଲବାହୀ ଟ୍ରେନ୍‌ ବିଷୟରେ କୌଣସି ସୂଚନା ଦେଇନଥିବାରୁ ଏଭଳି ପରିସ୍ଥିତି ସମ୍ମୁଖୀନ ହୋଇଥିବା କହିଥିଲେ।

publive-image

ଏନେଇ ଏଡିଇଏନ ତୁଷାର ରକ୍ଷିତଙ୍କୁ ପଚାରିବାରୁ କହିଲେ, ଟ୍ରେନ୍‌ ଏନ୍‌’ କ୍ୟାବିନ ଦେଇ ଆସିଥାଏ। ଏଣୁ ଟ୍ରେନ୍‌ ବିଷୟରେ ଏନ’କ୍ୟାବିନର ଷ୍ଟେସନ ମାଷ୍ଟର ସଂପୃକ୍ତ ଗେଟ୍‌ମ୍ୟାନ୍‌ଙ୍କୁ ସୂଚନା ଦେବା କଥା। କିନ୍ତୁ ଏ କ୍ଷେତ୍ରରେ ସେଭଳି ସୂଚନା ଦିଆଯାଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe