ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ ପାଖରେ ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି | ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ କାରଣ ଅସ୍ପଷ୍ଟ ରହିଛି | ୨ଟି ଲାଇନ ବ୍ଲକ ହୋଇଥିବା ଯୋଗୁଁ ଟ୍ରେନ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ଏହି ଘଟଣା ଯୋଗୁ ହୀରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ବର ଷ୍ଟେଶନ ଛାଡିବାରେ ବିଳମ୍ବ ଘଟିଛି। ସେହିପରି ରାଜଧାନୀ ଏକ୍ସପ୍ରେସ ମଞ୍ଚେଶ୍ବର ଷ୍ଟେଶନରେ ଅଟକି ଥିଲା।
ଭୁବନେଶ୍ବର ଷ୍ଟେଶନରେ ପହଞ୍ଚିବା ପୂର୍ବରୁ ଜନଶତାବ୍ଦୀ ଏକ୍ସପ୍ରେସ ଅଲଗା ରୁଟରେ ଅଟକି ଥିଲା। ସେହିପରି ଜୁନାଗଡ ରୋଡ ଏକ୍ସପ୍ରେସ ଷ୍ଟେଶନକୁ ଆସିବାରେ ବିଳମ୍ବ ହୋଇଥିଲା। ସେହିପରି ପୁରୀ - ଦୁର୍ଗ, ତପସ୍ବିନୀ, ପୁରୀ - ଗାନ୍ଧିଧାମ, ପୁରୀ - ହାୱାଡା ଭୁବନେଶ୍ବର ଆସିବାପାଇଁ ଅନ୍ୟ ରୁଟରେ ସୁବିଧା ଦିଆଯାଇଥିଲା। ଲାଇନଚ୍ୟୁତ ହୋଇଥିବା ଟ୍ରେନଟି ସିମେଣ୍ଟ ବୋଝେଇ କରି ଚକ୍ରଧରପୁର ଡିଭିଜନରୁ ବିଜୟାନଗରମ ଅଭିମୁଖେ ଭୁବନେଶ୍ବର ଓ କଟକ ଦେଇ ଯାତ୍ରା କରୁଥିବାବେଳେ ଏହି ଅଘଟଣ ଘଟିଥିଲା। ବର୍ତ୍ତମାନ ଅପଲାଇନ ଠିକ ଥିବାବେଳେ ଟ୍ରେନ ଚଳାଚଳ ଖୁବଶୀଘ୍ର ସ୍ବାଭାବିକ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।
Follow Us