ପୁରୀରୁ କୋଣାର୍କ ଚାଲିବ ରେଳ; ସ୍ବତନ୍ତ୍ର ଭିଷ୍ଟାଡ୍ରୋମ୍‌ ଟ୍ରେନ୍‌ରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ଯାତ୍ରୀ

ସୂର୍ଯ୍ୟମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡ଼ିବା ସ୍ବପ୍ନ ସାକାର ହେବ: କେନ୍ଦ୍ର ରେଳମନ୍ତ୍ରୀ

ପୁରୀରୁ କୋଣାର୍କ ଚାଲିବ ରେଳ; ସ୍ବତନ୍ତ୍ର ଭିଷ୍ଟାଡ୍ରୋମ୍‌ ଟ୍ରେନ୍‌ରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ଯାତ୍ରୀ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର (ପୁରୀ)ରୁ ଅର୍କକ୍ଷେତ୍ର (କୋଣାର୍କ)କୁ ଟ୍ରେନ୍‌ଲାଇନ୍‌ ଯୋଡ଼ିବ। ଓଡ଼ିଶାର ଏହି ଦୁଇ ଐତିହ୍ୟ ସ୍ଥାନକୁ ନୂଆ ରେଳଲାଇନ ନେଇ କେନ୍ଦ୍ରମନ୍ତ୍ରୀ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୩୨ କିଲୋମିଟର ନୂଆ ରେଳଲାଇନ୍‌ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ସୂର୍ଯ୍ୟମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡ଼ିବା ସ୍ବପ୍ନ ସାକାର ହେବ। ପୁରୀରୁ କୋଣାର୍କକୁ ସ୍ବତନ୍ତ୍ର ଭିଷ୍ଟାଡ୍ରୋମ୍‌ ଟ୍ରେନ୍‌ ଚାଲିବାର ବ୍ୟବସ୍ଥା ହେବ। ଟ୍ରେନ ଚାରି ପଟେ କାଚ ଲାଗିବ। ଯାତ୍ରୀମାନେ ଯାତ୍ରା ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଓଡ଼ିଶାରେ ଏହି ନୂତନ ବ୍ୟବସ୍ଥା ହେବା ଫଳରେ ପର୍ଯ୍ୟଟକମାନଙ୍କୁ ଟ୍ରେନ୍‌ ଯାତ୍ରା ସମୟରେ ନୂଆ ଅନୁଭୂତି ମିଳିପାରିବ। ଟ୍ରେନ୍‌ ଯାତ୍ରୀମାନେ ଟ୍ରେନ୍‌ ଭିତରେ ଥାଇ ବାହାର ଦୃଶ୍ୟ ଦେଖିପାରିବେ। ବିଶେଷ କରି ପୁରୀରୁ କୋଣାର୍କ ଯିବା ବେଳେ ମନଲୋଭା ଦୃଶ୍ୟକୁ ଉପଭୋଗ କରିପାରିବେ।

ସେହିପରି ଟ୍ରେନ୍‌ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ବ୍ୟବସ୍ଥା ମଧ୍ୟ କରାଯିବ। ଟ୍ରେନ୍‌ ଭିତରେ ଏଆର ଭିଆର ଟେକ୍ନୋଲୋଜିରେ ଜଗନ୍ନାଥ ସଂସ୍କୃତି ଦର୍ଶନର ବ୍ୟବସ୍ଥା ରହିବ। ଜଗନ୍ନାଥ ସଂସ୍କୃତି ବିଷୟରେ ଲୋକ ଜାଣିବା ସହ ଆଧ୍ୟାତ୍ମିକ ଏବଂ ଐତିହାସିକ ପର୍ଯ୍ୟଟନରେ ଅଧିକ ବିକାଶ ହୋଇପାରିବ। ରେଳ ଲାଇନ ପାଇଁ କେନ୍ଦ୍ରମନ୍ତ୍ରୀ ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ୨୧୫ ହେକ୍ଟର ଜମି ଆବଶ୍ୟକ। ଡିଜାଇନ୍ ପାଖାପାଖି ସଂପୂର୍ଣ୍ଣ ହୋଇଗଲାଣି। ୩୨ କିମି ୪ରୁ ୫ଟି ଜାଗାରେ ସ୍ପେଶଲ୍ ଟୁରିଷ୍ଟ ହେବ ସ୍ଥାପନ ହେବ। ସେଥିପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଠାରୁ ଜମି ଦରକାର।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗତ ୧୦ ବର୍ଷ ଭିତରେ ୪୦୯ଟି ରେଲୱେ ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ସରିଛି। ୨୨୦ଟି ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ଚାଲିଛି। ଓଡ଼ିଶା ପାଇଁ ୫୩୩୩ଟି ମୋବାଇଲ ଟାୱାର ଅନୁମୋଦନ ହୋଇଛି। କେନ୍ଦ୍ର ସରକାର ଏଥିପାଇଁ ୫୬୦୦ କୋଟି ଟଙ୍କାରେ ମଞ୍ଜୁର କରିଛନ୍ତି। ୨୦୨୩ ଜାନୁଆରିରେ ଅର୍ଥ ଅନୁମୋଦନ ହୋଇଥିଲା । ଏଥିରୁ ୬୮୪ଟି ଟାୱାର କାମ ସରି ଯାଇଛି। ବହୁତ କମ୍ ଦିନରେ ଟାୱାର ନିର୍ମାଣ କାମ ସରିଛି। ୩୧୧୨ଟି ଟାୱାର ପାଇଁ କାମ ଆରମ୍ଭ ହୋଇଯାଇଛି। ଯେତେ ଶୀଘ୍ର ରାଜ୍ୟ ସରକାର ଟାୱାର ପାଇଁ ସାଇଟ ବାବଦରେ ସହଯୋଗ କରିବେ ସେତେ ଶୀଘ୍ର କାମ ସରିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ନେଇ ୫ଟି ଜିଲ୍ଳାରେ ୪୨ଟି ପୋଷ୍ଟ ଅଫିସ ଉଦଘାଟନ ହୋଇଛି। ୫ଟି ଡାକ ଟିକେଟ ମଧ୍ୟ ଉନ୍ମୋଚନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe