ରେଳ ଫାଟକ ନିକଟରେ ୪୫ ମିନିଟ ଅଟକିଲା ଟ୍ରେନ୍‌

ରେଳ ଫାଟକ ନିକଟରେ ୪୫ ମିନିଟ ଅଟକିଲା ଟ୍ରେନ୍‌

ବଡ଼ବିଲ: ବଡ଼ବିଲ ପୁରୁଣା ପୌରପାଳିକା କାର୍ଯ୍ୟାଳୟ ନିକଟ‌ ରେଳଫାଟକରେ ଆଜି ଅପରାହ୍ନ ୫.୨୦ରେ ଲୁହାପଥର ବୋଝେଇ କରି ବଲାଣିରୁ ଦୁର୍ଗାପୁର ଯାଉଥିବା ଏକ ମାଲ୍‌ବାହୀ ଟ୍ରେନ୍‌ ୪୫ ମିନିଟ ଧରି ଅଟକି ରହିବା ଯୋଗୁଁ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇଛି।

ଫାଟକର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ିମୋଟର ଅଟକି ରହିଥିଲେ। ୪୫ ମିନିଟ ପରେ ଟ୍ରେନ୍‌ ଆଗକୁ ବଢ଼ିଥିଲା। ଏକ ଗୁଡ଼ି ରେଳଧାରଣା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ସିଗନାଲ୍‌ ମିଳିପାରି ନଥିଲା। ରେଳବାଇ କର୍ମଚାରୀ ପହଞ୍ଚି ମରାମତି କରିବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe