ଗଞ୍ଜାମରେ ୧୭ରେ ରେଳରୋକ

Advertisment
ନକଲି ଟିଟିଆଇଙ୍କୁ ଧରିଲା ରେଳବାଇ ପୁଲିସ

Sambad English

ଗଞ୍ଜାମ : ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବି ନେଇ ଆସନ୍ତା ୧୭ତାରିଖରେ ରେଳରୋକ କରାଯିବ। ପୂର୍ବରୁ ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନର ଷ୍ଟପେଜ୍‌ ଥିଲା। କିନ୍ତୁ କରୋନା ଯୋଗୁଁ ହୀରାଖଣ୍ଡ ଓ ପୁରୀ-ତିରୁପତି ‌ଏକ୍ସ‌ପ୍ରେସ୍‌ ଟ୍ରେନ୍‌ ରହଣି ଉଚ୍ଛେଦ କରି ଦିଆଯାଇଛି। କରୋନା କଟକଣା କୋହଳ ହେଲା ପରେ ମଧ୍ୟ ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହୁ ନାହିଁ। ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବି ନେଇ ଆସନ୍ତା ୧୭ତାରିଖରେ ରେଳରୋକ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅତିରିକ୍ତ ଡିଆର୍‌ଏମ୍‌ଙ୍କ ସହିତ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ପ୍ରତିନିଧି ତଥା ପୂର୍ତ୍ତ ବିଭାଗର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ ଏ ଦିଗରେ ଆଲୋଚନା କରିଛନ୍ତି। ରେଳରୋକରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେବାକୁ ଅନୁରୋଧ କରାଯାଇଛି।‌ ରେଳରୋକକୁ ବରିଷ୍ଠ ନାଗରିକ ସଂଘ, ଅଟୋ ଚାଳକ ସଂଘ, ବ୍ୟବସାୟୀ ସଂଘ ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe