ଚିକିତ୍ସା ମିଳିଲାନି, ଟ୍ରେନ୍‌ ଯାତ୍ରୀଙ୍କ ମୃତ୍ୟୁ

Advertisment

ଅଢ଼େଇ ଘଣ୍ଟା ଧରି ଛଟପଟ ସ୍ବାମୀଙ୍କୁ ଧରି ସାହାଯ୍ୟ ପ୍ରାର୍ଥନା କଲେ ପତ୍ନୀ, କିନ୍ତୁ ଶୁଣିଲେନି କେହି ରେଳ କର୍ମଚାରୀ

ଅଢ଼େଇ ଘଣ୍ଟା ଧରି ଛଟପଟ ସ୍ବାମୀଙ୍କୁ ଧରି ସାହାଯ୍ୟ ପ୍ରାର୍ଥନା କଲେ ପତ୍ନୀ, କିନ୍ତୁ ଶୁଣିଲେନି କେହି ରେଳ କର୍ମଚାରୀ

ଚିକିତ୍ସା ମିଳିଲାନି, ଟ୍ରେନ୍‌ ଯାତ୍ରୀଙ୍କ ମୃତ୍ୟୁ

ରାଉରକେଲା : ‌ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଜଣେ ଯାତ୍ରୀଙ୍କର ଦେହ ହଠାତ୍‌ ଅସୁସ୍ଥ ହେଲା। ଚିକିତ୍ସା ପାଇଁ ସେ ବାରମ୍ବାର ରେଳ କର୍ମଚାରୀ ଓ ଆର୍‌ପିଏଫ୍‌ଙ୍କୁ ସହାୟତା ମାଗିଲେ। ମାତ୍ର କେହି ଶୁଣିଲେନି। ଫଳରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଛଟପଟ ହେଲେ ସେ । ଠିକ୍‌ ସମୟରେ ଚିକିତ୍ସା ମିଳି ନ ପାରିବାରୁ ଶେଷରେ ବନ୍ଧମୁଣ୍ଡା ଷ୍ଟେସନରେ ପ୍ରାଣ ହରାଇଲେ ଛତିଶଗଡ଼ ରାୟଗଡ଼ ସ୍ଥିତ ସାବିତ୍ରୀ କଲୋନିର ମହମ୍ମଦ ଅନୱର (୩୯)। ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଏକ ସ୍ପର୍ଶକାତର ଘଟଣା ଆଜି ଦେଖିବାକୁ ମିଳିଛି; ଯାହାକି ସହରରେ ଚର୍ଚ୍ଚାର ‌େକନ୍ଦ୍ର ପାଲଟିଛି।

ଅନୱର ଲିଭର୍‌ ସିରୋସିସ୍‌ ରୋଗରେ ଆକ୍ରାନ୍ତ ଥିବାରୁ ୭ ଦିନ ପୂର୍ବେ ପତ୍ନୀ ଆସ୍‌ମା ବେଗମ (୩୫)ଙ୍କ ସହ କଟକ ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ସାମାନ୍ୟ ସୁସ୍ଥ ହେବାରୁ ଅନୱର ଗତକାଲି ରାତିରେ ପୁରୀ-ହରିଦ୍ବାର ଉତ୍କଳ ଏକ୍ସପ୍ରେସ୍‌ରେ ଘରକୁ ଫେରୁଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ଅନୱର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ଚିକିତ୍ସା ପାଇଁ ପତ୍ନୀ ଆସ୍‌ମା ରେଳ କର୍ମଚାରୀଙ୍କୁ କାକୁତିମିନତି ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଟ୍ରେନ୍‌ ଚକ୍ରଧରପୁର ଷ୍ଟେସନରେ ପହଞ୍ଚିବାପରେ ଆସ୍‌ମା ଓହ୍ଲାଇ ଲୋକଙ୍କୁ ସାହାଯ୍ୟ ମାଗିଥିଲେ; ମାତ୍ର ସେଠାରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏତିକିବେଳେ ଟ୍ରେନ୍‌ ଛାଡ଼ିବାରୁ ସେ ବାଧ୍ୟହୋଇ ଟ୍ରେନ୍‌ରେ ବସିଥିଲେ। ସେତେବେଳକୁ କିନ୍ତୁ ଅନୱରଙ୍କ ଅସୁସ୍ଥତା ଆହୁରି ବଢ଼ିସାରିଥିଲା। ଆସ୍‌ମା ପୁନର୍ବାର ରେଳ କର୍ମଚାରୀଙ୍କୁ ସାହାଯ୍ୟ ମାଗିଥିଲେ ସୁଦ୍ଧା କେହି ଶୁଣି ନ ଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବାଧ୍ୟହୋଇ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଆସ୍‌ମା ସ୍ବାମୀଙ୍କ ସହ ବନ୍ଧମୁଣ୍ଡା ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ। ବନ୍ଧମୁଣ୍ଡା ଷ୍ଟେସନରେ ଓହ୍ଲାଇବାପରେ ସେଠାକାର କିଛି ରେଳ କର୍ମଚାରୀ ସଂଘ ନେତାଙ୍କ ସହଯୋଗରେ ଆମ୍ବୁଲାନ୍‌ସକୁ ଡାକିଥିଲେ। ମାତ୍ର ଆମ୍ବୁଲାନ୍‌ସ ଆସିବା ପୂର୍ବରୁ ସକାଳ ପ୍ରାୟ ୯.୪୦ରେ ଅନୱର ଆରପାରିକୁ ଚାଲି ଯାଇଥିଲେ। ପରେ ବନ୍ଧମୁଣ୍ଡା ରେଲୱେ ହସ୍‌ପିଟାଲକୁ ନେବାପରେ ସେଠାରେ ଡାକ୍ତର ଅନୱରଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe