ବଦଳିଲା ୫ଟି ଟ୍ରେନର ଗତିପଥ, କଟକ ରେଳଷ୍ଟେସନ୍ ବଦଳରେ ନରାଜ ବାଟ ଦେଇ ଯାତ୍ରା କରିବ

Advertisment
ବଦଳିଲା ୫ଟି ଟ୍ରେନର ଗତିପଥ, କଟକ ରେଳଷ୍ଟେସନ୍ ବଦଳରେ ନରାଜ ବାଟ ଦେଇ ଯାତ୍ରା କରିବ

କଟକ: ଘନ କୁହୁଡ଼ି ଯୋଗୁଁ କଟକ ଜିଲ୍ଲାର ନିର୍ଗୁଣ୍ଡି ରେଳଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ କଟକ ରେଳଷ୍ଟେସନ୍ ଦେଇ ଯିବାକୁ ଥିବା ୫ଟି ଟ୍ରେନର ଗତିପଥ ବଦଳା ଯାଇଥିବାର ସୂଚନା ମିଳିଛି। । ଏହି ଟ୍ରେନଗୁଡ଼ିକ କଟକ ପରିବର୍ତ୍ତେ ନରାଜ ବାଟ ଦେଇ ଯାତ୍ରା କରିବେ ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ତାଳଚେର-ପୁରୀ ମେମୁ ଟ୍ରେନ୍, ଦୁର୍ଗ-ପୁରୀ ଏକ୍ସପ୍ରେସ୍, ପୁରୀ-ରାଉରକେଲା , ଧାନବାଦ୍- ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଆଜି ନରାଜ ବାଟ ଦେଇ ଯାତ୍ରା କରିବ।

ଦୁର୍ଘଟଣା ପରେ ରେଲୱେ  ହେଲ୍ପଲାଇନ ନମ୍ବର ଜାରି କରିଥିବା ଜଣାଯାଇଛି । ଏଗୁଡ଼ିକ ହେଲା କଟକ- ୦୬୭୧୧୦୭୨, ଖୋର୍ଦ୍ଧା ରୋଡ୍‌- ୦୬୭୪୧୦୭୨, ପୁରୀ- ୦୬୭୫୨୧୦୭୨, ଭୁବନେଶ୍ବର ହେଡ୍‌ କ୍ବାର୍ଟର- ୧୮୦୦୩୪୫୭୪୦୧, ୧୮୦୦୩୪୫୭୪୦୨

publive-image

ସୂଚନାଯୋଗ୍ୟ, ଗୁରୁବାର ସକାଳ ପ୍ରାୟ ୬: ୩୦ ସମୟରେ ଟାଙ୍ଗୀ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୮୭୯) ଲାଇନ୍ଚ୍ୟୁତ ହୋଇଥିଲା।
ଦୁର୍ଘଟଣାରେ ଟ୍ରେନ୍ର ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି। ସେଥିରୁ ୫ଟି ବଗି ଧାରଣାରୁ ବାହାରି ଯାଇଛି ଏବଂ ଅନ୍ୟ ୩ଟି ବଗି ଧାରଣାରୁ ସାମାନ୍ୟ ହଟି ଯାଇଛି। ଅନ୍ୟୂନ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଅଧିକ ଆହତ ୫ ଜଣ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ଘଟି ନ ଥିବା କଥା ବରିଷ୍ଠ ରେଳ ଅଧିକାରୀ, ଟ୍ରେନ୍ ଚାଳକ ଏବଂ ଟିଟିଇ କହିଛନ୍ତି।

publive-image

ପ୍ରାପ୍ତ ସୂଚନା ଅନୁସାରେ, କପିଳାସ ରୋଡ୍ ପାରି ହେବା ପରେ ଏବଂ ନିର୍ଗୁଣ୍ଡି ଷ୍ଟେସନ୍ର ପ୍ରାୟ ୧ କିଲୋମିଟର ପୂର୍ବରୁ ଥିବା ସର୍ଦଳା ଗାଁ ନିକଟରେ ଦୁର୍ଘଟଣା ଘଟିଛି। ସେହି ଲାଇନ୍ରେ ଠିଆ ହୋଇଥିବା ଗୋଟାଏ ମାଲ୍ଗାଡ଼ିକୁ ଧକ୍କା ଦେବାରୁ ଯାତ୍ରୀବାହୀ ଟ୍ରେନ୍ଟି ଧାରଣାଚ୍ୟୁତ ହୋଇଛି। ଆଜି ସକାଳୁ ସମ୍ପୃକ୍ତ ଅଞ୍ଚଳରେ ଘନ କୁହୁଡ଼ି ଘୋଟିଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe