ଟ୍ରେନ୍‌ ସେବା ଆରମ୍ଭ ନେଇ ପ୍ରକାଶିତ ଖବର ମିଥ୍ୟା: ରେଳ ମନ୍ତ୍ରାଳୟ

ନାରାୟଣଗଡ଼-ଭଦ୍ରକ ତୃତୀୟ ରେଳ ଲାଇନ କାର୍ଯ୍ୟ: ୫୫ ଟ୍ରେନ୍‌ ବାତିଲ୍‌, ୪ଟିର ଗତିପଥ ପରିବର୍ତ୍ତନ

Image Source: Telengana Today

ଭୁବନେଶ୍ୱର : ରେଳ ଯାତ୍ରୀଙ୍କ ପାଇଁ ଯାତ୍ରା କାର୍ଯ୍ୟସୂଚୀ ଓ ପୁନର୍ବାର ଟ୍ରେନ୍‌ ସେବା ଆରମ୍ଭ ନେଇ ଗତ ଦୁଇ ଦିନ ମଧ୍ୟରେ ଗଣମାଧ୍ୟମରେ କେତେକ ଖବର ପ୍ରକାଶ ପାଇଛି। ଏକ ନିର୍ଦ୍ଦିଷ୍ଟ ତାରିଖରୁ କେତେ ସଂଖ୍ୟକ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବା ନେଇ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବାରୁ ରେଳ ମନ୍ତ୍ରଣାଳୟ ଆଜି ସ୍ପଷ୍ଟୀକରଣ ଦେଇଛି।

କୁହାଯାଇଛି ଯେ ଟ୍ରେନ୍‌ ଚଳାଚଳ ସଂପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଏକ ଅସ୍ୱା‌ଭାବିକ ସମୟରେ ଏଭଳି କପୋଳକଳ୍ପିତ ଖବର ଜନସାଧାରଣଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିପାରେ। ତେଣୁ ଗଣମାଧ୍ୟମ ଏଭଳି କୌଣସି ଅନାବଶ୍ୟକ, ମନଗଢ଼ା ରିପୋର୍ଟ ପ୍ରକାଶ ନ କରିବାକୁ ପରାମର୍ଶ ଦିଆଯାଇଛି। ଲକ୍‌ଡାଉନ୍‌ର ପରବର୍ତ୍ତୀ ସମୟରେ ରେଳଯାତ୍ରା ନେଇ ସବୁ ଯାତ୍ରୀ ଓ ଅନ୍ୟାନ୍ୟ ସମସ୍ତ ସଂଯୁକ୍ତପକ୍ଷଙ୍କ ହିତକୁ ଦୃଷ୍ଟିରେ ରଖି ରେଳପଥ ଉପଯୁକ୍ତ ସମୟରେ ଠିକଣା ନିଷ୍ପତ୍ତି ଗ୍ରହଣ କରିବ। ଏନେଇ ଯେତେବେଳେ ନିଷ୍ପତ୍ତି ନିଆଯିବ, ତାହା ସମସ୍ତଙ୍କୁ ଅବଗତ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe