ରାୟଗଡ଼ା-ବିଜୟନଗରମ୍ ରୁଟ‌ରେ ରେଳ ଚଳାଚଳ ଠପ୍; ୬ ଟ୍ରେନ୍ ବାତିଲ୍

Advertisment

୨ ଟ୍ରେନର ଗତି ପରିବର୍ତ୍ତନ, ବିଳମ୍ବରେ ଗଡ଼ିଲା ଜୁନାଗଡ଼-ହୀରାଖଣ୍ଡ

୨ ଟ୍ରେନର ଗତି ପରିବର୍ତ୍ତନ, ବିଳମ୍ବରେ ଗଡ଼ିଲା ଜୁନାଗଡ଼-ହୀରାଖଣ୍ଡ

ରାୟଗଡ଼ା-ବିଜୟନଗରମ୍ ରୁଟ‌ରେ ରେଳ ଚଳାଚଳ ଠପ୍; ୬ ଟ୍ରେନ୍ ବାତିଲ୍

ରାୟଗଡ଼ା: ରାୟଗଡ଼ା-ବିଜୟନଗରମ ରୁଟର ଗୁମଡା ନିକଟ‌ରେ ରେଳ ଲାଇନ୍ ଉପରେ ଗଛ ଉପୁଡ଼ି ପଡିବା କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁ ବିଭାଗ ପକ୍ଷରୁ ୬ଟି ଟ୍ରେନ୍ ଚଳାଚଳକୁ ବାତିଲ୍ କରାଯାଇଛି। ଦୁଇଟି ଟ୍ରେନର ଗତି ପରିବର୍ତ୍ତନ କରାଯାଇଛି। ଜୁନାଗଡ଼-ଭୁବନେଶ୍ବର ବିଳମ୍ବରେ ଚାଲିଥିବା ବେଳେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସକୁ ଆରୁକୁ ବିଶାଖାପାଟଣା ଦେଇ ଯାତ୍ରା କରିବାକୁ ନିର୍ଦେଶ ହୋଇଛି।

ସୂଚନା ମୁତାବକ, ଆଜି ଅପରାହଣରେ ହୋଇଥିବା ଝଡ଼ବର୍ଷାରେ ରାୟଗଡ଼ାର ୩୩ କିମି ଦୂର ଗୁମୁଡା ରେଳ ଷ୍ଟେସନରେ ଏକ ବିରାଟକାୟ ଗଛ ଉପୁଡ଼ି ପଡି ରେଳ ଧାରଣା ଉପରେ ପଡିଥିଲା। ଫଳରେ ରେଳ ଧାରଣା ଉପରେ ଯାଇଥିବା ବିଦ୍ୟୁତ୍ ଲାଇନ୍ ଧରାଶାୟୀ ହୋଇ ତଳେ ପଡି ଯାଇଥିଲା। ରେଳ ଧାରଣା ମଧ୍ୟ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁ ରେଳ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ମରାମତି ଓ ପୁନରୁଦ୍ଧାର କାର୍ଯ୍ୟରେ ରେଳ ବିଭାଗ ଟିମ୍ ଲାଗିଥିଲେ ମଧ୍ୟ ରେଳ ଧାରଣା ଉପରେ ପଡିଥିବା ଗଛକୁ ଅନ୍ୟତ୍ର ସ୍ଥାନାନ୍ତରରେ ବିଳମ୍ବ ହେଉଥିବାରୁ ରାୟଗଡ଼ା-ବିଜୟନଗରମ ରୁଟରେ ରେଳ ଚଳାଚଳକୁ ବାତିଲ୍ କରିଛି ବିଭାଗ।

publive-image

ଆଜି ବିଶାଖାପାଟଣାରୁ ସଂଧ୍ୟାରେ ରାୟଗଡ଼ା ଅଭିମୁଖେ ଆସିବାକୁ ଥିବା ଟ୍ରେନକୁ ବାତିଲ୍ କରାଯାଇଛି। ସେହିପରି ଆସନ୍ତାକାଲି (୬ ତାରିଖ) ସକାଳେ ରାୟଗଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ବାତିଲ୍ କରାଯାଇଛି। ୬ ତାରି‌ଖରେ ବିଶାଖାପାଟଣା-ରାୟପୁର ଏବଂ ରାୟପୁରରୁ ବିଶାଖାପାଟଣା ମଧ୍ୟରେ ଚଳାଚଳ କରିବାକୁ ଥିବା ଟ୍ରେନକୁ ଉଭୟ ରୁଟରେ ବାତିଲ୍ କରାଯାଇଛି। ସେହିପରି ବିଶାଖାପାଟଣା-କୋରାପୁଟ, କୋରାପୁଟ-ବିଶାଖାପାଟଣା ଟ୍ରେନ୍ ଚଳାଚଳକୁ ମଧ୍ୟ ରେଳ ବିଭାଗ ବାତିଲ୍ କରିଛି। ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ରାୟଗଡ଼ା ପରିବର୍ତ୍ତେ ଟିଟିଲାଗଡ଼-ଅନୁଗୁଳ-ଖୋର୍ଧା ରୋଡ୍ ଦେଇ ଯାତ୍ରା କରିବାକୁ ନିର୍ଦେଶ ହୋଇଛି। ଜଗଦଲପୁର-ଭୁବେନଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ମଧ୍ୟ ରାୟଗଡ଼ା ପରିବର୍ତ୍ତେ କୋରାପୁଟ-ଆରୁକୁ-କୋତାବାଲସା-ବିଜୟନଗରମ ଦେଇ ଯାତ୍ରା କରିବ। ବିଶାଖାପାଟଣା-କୋବ୍ରା ଏକ୍ସପ୍ରେସ୍ ନିର୍ଧାରିତ ସମୟରୁ ୨ ଘଣ୍ଟା ବିଳମ୍ବରେ ଯାତ୍ରା କରିବାକୁ ନିଷ୍ପତ୍ତି ହୋଇଥିବା ଇଷ୍ଟକୋଷ୍ଟ୍ ରେଲୱେର ୱାଲଟିୟର୍ ଡିଭିଜନ୍ କର୍ମସିଆଲ୍ ମ୍ୟାନେଜର୍ ଏ. କେ. ତ୍ରିପାଠି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe