ଯାନ୍ତ୍ରିକ ତ୍ରୁଟି, ଘଣ୍ଟାଏ ଅଟକିଲା ଟ୍ରେନ୍‌ : ଖରା ତାତିରେ ଛଟପଟ ଜନସାଧାରଣ

Advertisment
ଯାନ୍ତ୍ରିକ ତ୍ରୁଟି, ଘଣ୍ଟାଏ ଅଟକିଲା ଟ୍ରେନ୍‌ : ଖରା ତାତିରେ ଛଟପଟ ଜନସାଧାରଣ

ସଇନ୍ତଲା: ସମ୍ବଲପୁର-ଟିଟିଲାଗଡ଼ ରେଳପଥର ସଇନ୍ତଲା ବ୍ଲକ୍‌ଛକ ନିକଟ ଫାଟକରେ ଶୁକ୍ରବାର ଦିନ ୧୦ଟା ୩୦ରେ ଏକ ମାଲବାହୀ ଟ୍ରେନ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବହୁ ସମୟ ଅଟକି ରହିଥିଲା। ଯାହା ଫଳରେ ପ୍ରବଳ ଖରାରେ ଲୋକେ ରେଳ ଫାଟକର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ଛଟପଟ ହୋଇଥିଲେ। ପରେ ଗାଡ଼ିଟି ଷ୍ଟେସନକୁ ଫେରିବାରୁ ଫାଟକ ଖୋଲିଥିଲା।

ଏ ସମ୍ପର୍କରେ ଷ୍ଟେସନ ଅଧୀକ୍ଷକ ସୁରେଶ ପାଢ଼ୀଙ୍କ କହିବା ଅନୁସାରେ, ଟିଟିଲାଗଡ଼ରୁ ସମ୍ବଲପୁର ଯାଉଥିବା ମାଲବୋଝେଇ ଟ୍ରେନ୍‌ଟି ସଇନ୍ତଲା ବ୍ଲକ୍‌ ଛକଠାରେ ଥିବା ଫାଟକ ପାରିହେବା ପରେ ହଠାତ୍‌ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜୋର୍‌ରେ ଶବ୍ଦ ହେବା ସହ ଅଟକି ଯାଇଥିଲା। ଚାଳକ ଓ ସହଚାଳକ ସଜାଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସଫଳ ହୋଇନଥିଲେ। ୪୦ ମିନିଟରୁ ଅଧିକ ସମୟ ଧରି ଫାଟକ ମଧ୍ୟରେ ରେଳ ବଗି ରହିଥିବାରୁ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଥିଲା। ଷ୍ଟେସନ ଅଧୀକ୍ଷକ ଶ୍ରୀ ପାଢ଼ୀ ରେଳକୁ ଆଗକୁ ନହେଲେ ପଛକୁ କରିବାକୁ ଚାଳକଙ୍କୁ ନିର୍ଦ୍ଦେଶ ଦେବା ପରେ ଚାଳକ ଅନ୍ୟ ଏକ ଇଞ୍ଜିନ ଦ୍ବାରା ଷ୍ଟେସନକୁ ଫେରାଇ ନେଇଥିଲେ। ପରେ ଆଉ ଏକ ଇଞ୍ଜିନ ବ୍ୟବସ୍ଥା କରାଯାଇ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିବା ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe