ରେଳ ଷ୍ଟେସନରେ ଓହ୍ଲାଇବା ଲାଗି ଅନୁମତି ଦିଆ ନ ଯିବାରୁ ଚେନ୍ ପୁଲ୍ କରି ଟ୍ରେନରୁ ଓହ୍ଲାଇ ପଡ଼ିଲେ ୨୪୬ ପ୍ରବାସୀ ଶ୍ରମିକ

Advertisment
ରେଳ ଷ୍ଟେସନରେ ଓହ୍ଲାଇବା ଲାଗି ଅନୁମତି ଦିଆ ନ ଯିବାରୁ ଚେନ୍ ପୁଲ୍ କରି ଟ୍ରେନରୁ ଓହ୍ଲାଇ ପଡ଼ିଲେ ୨୪୬ ପ୍ରବାସୀ ଶ୍ରମିକ

ରାଉରକେଲା : ପୁଣି ଟ୍ରେନର ଚେନ୍ ପୁଲ୍  କରି ଓଡ଼ିଶାର ବିଭିନ୍ନ ଜିଲ୍ଲାର୨୪୬ଜଣ ପ୍ରବାସୀ ଶ୍ରମିକ ରେଳ ଷ୍ଟେସନରେ ଓହ୍ଲାଇ ପଡ଼ିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ,  ଓଡ଼ିଶାର ବିଭିନ୍ନ ଜିଲ୍ଲାର୨୪୬ଜଣ ପ୍ରବାସୀ ଶ୍ରମିକ ମହାରାଷ୍ଟ୍ରରୁ ଝାଡ଼ଖଣ୍ଡ ବୋକାରୋ ଶ୍ରମିକ ଟ୍ରେନରେ ଫେରୁଥିଲେ।

ସେମାନେ ଝାରସୁଗୁଡ଼ା ଓ ରାଉରକେଲା ଷ୍ଟେସନରେ ଓହ୍ଲାଇବାକୁ ଠିକ୍ କରିଥିଲେ, ହେଲେ,ସେଠାରେ ସେମାନଙ୍କୁ ଓହ୍ଲାଇବା ଲାଗି ଅନୁମତି ଦିଆଯାଇ ନଥିଲା। କୁହାଯାଉଛି ଯେ ଝାରସୁଗୁଡ଼ାରେ ସେମାନଙ୍କ ପାଇଁ କୌଣସି ବନ୍ଦୋବସ୍ତ ନ ଥିବା କହି ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନରୁ ଓହ୍ଲାଇବାକୁ ବାରଣ କରାଯାଇଥିଲା।

ଏହାଫଳରେ ସେହି  ଶ୍ରମିକମାନେ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ରେଳ ଷ୍ଟେସନରେ ଚେନ ପୁଲିଂ କରି ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଜଣାଯାଇଛି। ଦୁଇ ଶ୍ରମିକ ବନ୍ଧମୁଣ୍ଡା କେ କେବିନ ନିକଟରେ ଚେନ ଟାଣି ଟ୍ରେନରୁ ଡେଇଁ ପଡ଼ିଥିଲେ l ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସମସ୍ତ ଶ୍ରମିକଙ୍କୁ ରାଉରକେଲାରେ ଖାଇବାର ବ୍ୟବସ୍ଥା କରାଯାଇଛି l

ସୂଚନାଯୋଗ୍ୟ, ସକାଳେ ଟ୍ରେନ୍ ଚେନ୍ ପୁଲ୍ କରି କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ୩୦୫ ପ୍ରବାସୀ ଶ୍ରମିକ କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ପଡ଼ିଥିଲାେ।

ବାହାରେ ଫସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସରକାର ନିଜ ଅଞ୍ଚଳ କୁ ଆଣିବାର ବ୍ୟବସ୍ଥା କରୁଛି । ଅନେକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଲୋକେ ଆସୁଛନ୍ତି । ତେବେ ଆଜି ସୁରତରୁ ନିର୍ଗୁଣ୍ଡି ଆସୁଥିବା ଏକ ସ୍ୱତନ୍ତ୍ର ଟ୍ରେନର ଚେନ ପୁଲିଙ୍ଗ କରି ୩୦୫ ଶ୍ରମିକ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଓହ୍ଲାଇ ଫେରାର ହେବାର ଉଦ୍ୟମ କରୁଥିଲେ । ସ୍ଥାନୀୟ ଲୋକ ଏନେଇ ପୁଲିସକୁ ଖବର ଦେବା ପରେ ତୁରନ୍ତ ପୁଲିସ ସେମାନଙ୍କୁ ଅଟକ ରଖିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe