ରାଜଗାଙ୍ଗପୁରରେ ଓଲଟିଲା ମାଲବାହୀ ଟ୍ରେନ୍, ଘଟଣାସ୍ଥଳରେ ରେଳବାଇ ଅଧିକାରୀଙ୍କ ତଦନ୍ତ

Advertisment
ରାଜଗାଙ୍ଗପୁରରେ ଓଲଟିଲା ମାଲବାହୀ ଟ୍ରେନ୍, ଘଟଣାସ୍ଥଳରେ ରେଳବାଇ ଅଧିକାରୀଙ୍କ ତଦନ୍ତ

ରାଜଗାଙ୍ଗପୁର: ଆଜି ପୂର୍ବାହ୍ନ ପାଖାପାଖି ସାଢେ ୧୧ଟା ବେଳେ ଏକ ମାଲବାହୀ ଟ୍ରେନ୍ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଓଲଟିଥିବାର ଖବର ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପାଖାପାଖି ସାଢେ ୧୧ଟା ବେଳେ ଏକ ମାଲବାହୀ ଟ୍ରେନ୍ ରାଉରକେଲାରୁ ରାଜଗାଙ୍ଗପୁର ଆସୁଥିବା ସମୟରେ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଟ୍ରେନର ମଝି ଭାଗରେ ଥିବା ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଗୋଟିଏ ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ବେଳେ ଅନ୍ୟଟି ଲାଇନଚ୍ୟୁତ ହୋଇଥିଲା ।

publive-image

ଟ୍ରେନଟି ଷ୍ଟେସନ ନିକଟବର୍ତ୍ତୀ ଥିବାରୁ ଏହାର ଗତି କମ୍ ଥିଲା। ଏହାଫଳରେ କୌଣସି ବଡ଼ ଦୁର୍ଘଟଣା ହୋଇନଥିଲା। ଏହି ଅଘଟଣ ଘଟିବା ପରେ ବର୍ତ୍ତମାନ ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରି ଦିଆଯାଇଛି । ଘଟଣାସ୍ଥଳରେ ରେଳବାଇର ଉଚ୍ଚପଦସ୍ଥ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ସାତ ଦିନ ତଳେ ମଧ୍ୟ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe