ଅନୁସୂଚିତ ବର୍ଗଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି: ସମୀର

ଅନୁଗୁଳରେ ପ୍ରଶିକ୍ଷଣ ଶିବିର

ଯୁବମୋର୍ଚ୍ଚାର ଆନ୍ଦୋଳନରେ ବି‌ଜେଡି ରଚିଥିଲା ହିଂସା ଷଡଯନ୍ତ୍ର: ବିଜେପି

Dinalipi

ଅନୁଗୁଳ : ଦେଶର ୨ ହଜାରରୁ ଅଧିକ ଅନୁସୂଚିତ ବହୁଳ ଗାଁଙ୍କୁ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ’ ଭାବେ ବିକଶିତ କରିବାକୁ ମୋଦୀ ସରକାର ସଂକଳ୍ପ ନେଇଛନ୍ତି। ଅନୁସୂଚିତ ବର୍ଗଙ୍କ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ଏହି ଜନକଲ୍ୟାଣ ଯୋଜନାର ଠିକ୍‌ ଭାବେ ପ୍ରଚାର କରି ହିତାଧିକାରୀଙ୍କ ନିକଟରେ ଏହାର ବାର୍ତ୍ତା ପହଞ୍ଚାଇବାକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି।

ଶ୍ରୀ ମହାନ୍ତି ରବିବାର ଦିନ ଅନୁଗୁଳଠାରେ ଅନୁଷ୍ଠିତ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥି‌ଲେ। ସେ କହିଥିଲେ ଯେ ରାଜ୍ୟରେ ଅନସୂଚିତ ବର୍ଗ ଲୋକଙ୍କ ପ୍ରତି ଆକ୍ରମଣ ବଢି ଚାଲିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଆଗାମୀ ଦିନରେ ବିଜେଡିର ଦଳିତ ବିରୋଧୀ ମନୋଭାବ ବିରୋଧରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ।

ରାଜ୍ୟ ଅନୁସୂଚିତ ଜାତି ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ଦୁଇଦିନ ଧରି ଚାଲିବ। ଆସନ୍ତାକାଲି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍ ସିଂହ ଆର୍ଯ୍ୟ ଶିବିରରେ ଯୋଗଦେବେ। ଅନ୍ୟମାନଙ୍କ ମଧ୍ୟରେ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, କଳ୍ପନା ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe