ବୈଶ୍ୱିକ ଢାଞ୍ଚାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ: ଧର୍ମେନ୍ଦ୍ର

Advertisment

ଦେବଗଡ଼ରେ ‘ସ୍କିଲ୍ ଇଣ୍ଡିଆ’ ସେଣ୍ଟର ଉଦ୍‌ଘାଟିତ

ଦେବଗଡ଼ରେ ‘ସ୍କିଲ୍ ଇଣ୍ଡିଆ’ ସେଣ୍ଟର ଉଦ୍‌ଘାଟିତ

ବୈଶ୍ୱିକ ଢାଞ୍ଚାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ: ଧର୍ମେନ୍ଦ୍ର

ଦେବଗଡ଼: ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବଢ଼ାଇବା ପାଇଁ ଶନିବାର ଦେବଗଡ଼ର ପୁରୁଣାଗଡ଼ଠାରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ’ ସେଣ୍ଟରକୁ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେବଗଡ଼ ଜିଲ୍ଲାର ପିଲାମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଅଛି। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ନୂଆ ଭାରତର ପ୍ରସ୍ତୁତି ପାଇଁ ଯୁବବର୍ଗଙ୍କୁ ଅଧିକରୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟର ଖୋଲାଯାଇଛି। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଏହି ସେଣ୍ଟର ଖୋଲାଯାଇଛି। ଏହି ସେଣ୍ଟରରେ ଦେବଗଡ଼ ସମେତ ଆଖପାଖ ଅଞ୍ଚଳର ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ନେଇ ବୈଶ୍ୱିକ ଢାଞ୍ଚାରେ ପ୍ରଶିକ୍ଷଣ ଦିଆଯିବ। ଏହି କେନ୍ଦ୍ରରେ ୧୦ଟି କ୍ଷେତ୍ରରେ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ପ୍ରଶିକ୍ଷଣ ପାଇଁ ଏନଏସଡିସି ସମେତ ଅନେକ ଶିଳ୍ପ ସମୂହର ସହଯୋଗରେ ସ୍ୱଳ୍ପ ମୂଲ୍ୟରେ ପିଲାଙ୍କୁ ତାଲିମ ପ୍ରଦାନ କରାଯିବ। ଏଥି ସହିତ ବର୍ଷକୁ ୧୨୦୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ।

ଏହି ତାଲିମ୍ କେନ୍ଦ୍ର ଆଗାମୀ ଦିନରେ ଯୁବକ ଯୁବତୀମାନଙ୍କୁ ରୋଜଗାର ଯୋଗାଇବା ସହ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ନିଜର ବକ୍ତବ୍ୟରେ କହିଥିଲେ।ଏହାପରେ ପୌରାଚଂଳର ରଜାମୁଣ୍ଡାଠାରେ ଲାଭାର୍ଥୀ ସଂପର୍କ ଯୋଜନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ସେ ଆଲୋକପାତ କରିବା ସହିତ ବିଶେଷକରି ମାତୃଶକ୍ତି ଜୀବନରେ ପରିବର୍ତ୍ତନ ଆଣିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ଉପସଭାପତି ଭାରତ ଭୂଷଣ ପ୍ରଧାନ, ସାଧାରଣ ସଂପାଦକ ସଚ୍ଚିକାନ୍ତ ଦାଶ, କାଉନସିଲର ଇତିଶ୍ରୀ ମିଶ୍ର, ଯୁବନେତା‌ ସୁଧୀର ବ୍ରହ୍ମାଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe