କୋରାପୁଟ ଘାଟି ଏନ୍‌ଏଚ୍‌ ଉପରେ ଓଲଟିଲା ପ୍ରୋକଲିନ୍ ସହ ଟ୍ରଲର, ଜଣେ ଗୁରୁତର

Advertisment
କୋରାପୁଟ ଘାଟି ଏନ୍‌ଏଚ୍‌ ଉପରେ ଓଲଟିଲା ପ୍ରୋକଲିନ୍ ସହ ଟ୍ରଲର, ଜଣେ ଗୁରୁତର

ଜୟପୁର: କୋରାପୁଟ ଘାଟି ପାଲଟିଛି ମରଣଯନ୍ତା। ଘାଟିରେ ରହିଥିବା ଅଚାନକ ମୋଡରେ ଗତ ୨୮ତାରିଖ ଦିନ ୧୫୦ ଫୁଟ ତଳକୁ ଓଲଟିପଡ଼ିଥିଲା ପ୍ରୋକଲିନ୍ ବୋଝେଇ ଟ୍ରଲର। ଠିକ୍ ସେହି ମୋଡ଼ ନିକଟରେ ଆଜି ସକାଳ ୯ଟା ବେଳେ ରାସ୍ତା ଉପରେ ହିଁ ଓଲଟିପଡ଼ିଥିଲା ଟ୍ରଲର। ବୋଝେଇ କରି ନେଉଥିବା ହିଟାଚି (ପୋକଲିନ) ବି ରାସ୍ତା ଉପରେ ଓଲଟି ପଡ଼ିଥିଲା। ତେବେ ଚାଳକ ସାମାନ୍ୟ ଆହାତ ହୋଇଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଏହି ଟ୍ରଲରକୁ ଆଜି ସଂଧ୍ୟାରେ ରାସ୍ତା ଉପରୁ ଉଠାଯାଇଥିଲା। ଏଥି ପାଇଁ ରାସ୍ତାର ଦୁଇ ପାର୍ଶ୍ବର ଗାଡ଼ି କିଛି ସମୟ ପାଇଁ ରହିଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ ଓବାରିଣୀପୁଟ ପାଣ୍ଡି ଅଧିକାରୀ କାମାକ୍ଷାପ୍ରସାଦ ବିଷୋଇ।

ସୂଚନା ଅନୁଯାୟୀ, ଆଜି ସକାଳ ୯ଟା ବେଳେ ବିଜୟନଗରମରୁ ନବରଙ୍ଗପୁର ଜିଲ୍ଲା ଉମରକ‌ୋଟ ଠାରେ ଚାଳିଥିବା ଭାରତମାଳା ଗ୍ରୀନ କରିଡର ରାସ୍ତା ପ୍ରକଳ୍ପ କାମ ପାଇଁ ପ୍ରୋକଲିନ୍ ମେସିନ୍ ଧରି ଟ୍ରଲରଟି ଯାଉଥିଲା।  ମାଁ ଦକ୍ଷିଣକାଳୀ  ମନ୍ଦିର ପରର ପ୍ରଥମ ବିପଦସଂକୁଳ ମୋଡ(ହାର୍ଡକର୍ଭ)ରେ ଟ୍ରଲର ଟି ବୁଲୁଥିବାବେଳେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବା ପରେ ଟ୍ରଲରଟି ରାସ୍ତା ପାର୍ଶ୍ବରେ ଥିବା ସୀମା ସୁରକ୍ଷା ବାଡ଼କୁ ପିଟି ହୋଇ ଏନଏଚ ଉପରେ ଓଲଟିପଡ଼ିଥିଲା। ସୂଚନା ପାଇବା ପରେ ବାରିଣୀପୁଟ ପାଣ୍ଡି ଅଧିକାରୀ କାମାକ୍ଷା ପ୍ରସାଦ ବିଷୋୟୀ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରିଥିଲେ। ଓସାମାନ୍ୟ ଆହତ ଡ୍ରାଇଭରକୁ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ। ଏଠାରେ ଥିବା ଦୁଇଟି ହାର୍ଡକର୍ଭକୁ ସଫଟକର୍ଭ କରିବାକୁ ଏନଏଚ ପ୍ରକ୍ରିୟା ଆରମ୍ଭ କରି ଠିକା ଦେଇ ସାରିଛି। ‌ତେବେ ଠିକା ସଂସ୍ଥା ଏହି କାମ କେବେ ଆରମ୍ଭ କରିବ ବୋଲି ସାଧାରଣରେ ଉଠିଛି ପ୍ରଶ୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe