କଲରାପତ୍ରିଆ ଧରିବାକୁ ପହଞ୍ଚିଲେ ଟ୍ରାଙ୍କ୍ୟୁଲାଇଜର୍‌ ଟିମ୍‌

Advertisment
କଲରାପତ୍ରିଆ ଧରିବାକୁ ପହଞ୍ଚିଲେ ଟ୍ରାଙ୍କ୍ୟୁଲାଇଜର୍‌ ଟିମ୍‌

ଭୁବନେଶ୍ୱର: ସହର ମଧ୍ୟକୁ ପଶି ଆସିଥିବା କଲରାପତ୍ରିଆକୁ ଧରିବା ନିମନ୍ତେ ମଙ୍ଗଳବାର ସକାଳୁ ଟ୍ରାଙ୍କ୍ୟୁଲାଇଜର୍‌ ଟିମ୍‌ ଆସି ପହଞ୍ଚିଛି। ହିଂସ୍ର ଜନ୍ତୁଟି ବିମାନ ବନ୍ଦର କିଂବା ତାହା ଆଖପାଖରେ ଥିବା ଜଙ୍ଗଲିଆ ଅଞ୍ଚଳରେ ଛପି ରହିଥିବା ସିଟି ଫରେଷ୍ଟ୍‍ ଡିଭିଜନ୍‌ର କର୍ମଚାରୀମାନେ  ଅନୁମାନ କରୁଛନ୍ତି। ସମ୍ପୃକ୍ତ ସ୍ଥାନଗୁଡ଼ିକୁ ବନ କର୍ମଚାରୀମାନେ ବେଢ଼ି ରହିଛନ୍ତି। ବନ ବିଭାଗର କେତୋଟି ଟିମ୍‌ ଓ ନନ୍ଦନକାନର ଗୋଟିଏ ଟିମ୍‌ ଲୁଚିଥିବା କଲରାପତ୍ରିଆର ସନ୍ଧାନ କରୁଛନ୍ତି।

କଲରାପତ୍ରିଆକୁ ସେମାନେ ଟ୍ରାଙ୍କ୍ୟୁଲାଇଜ୍‌ କରି ଧରିବାକୁ ମନସ୍ଥ କରିଛନ୍ତି। ରାତି ଯୋଗୁଁ ଟ୍ରାଙ୍କ୍ୟୁଲାଇଜିଙ୍ଗ୍‌ରେ ଅସୁବିଧା ଥିବାରୁ ଗତରାତିରେ ତାହା ସମ୍ଭବପର ହୋଇ ନ ଥିଲା। ଯଦି ଟ୍ରାଙ୍କ୍ୟୁଲାଇଜ୍‌ ଦ୍ୱାରା ସେ ଜନ୍ତୁଟି ଧରି ନ ହୁଏ ତେବେ ଟ୍ରାପିଙ୍ଗ୍‌ ବା ଜନ୍ତା ଓ ଜାଲ ବସା ଯାଇ ତାହାକୁ ଧରିବାକୁ ଉଦ୍ୟମ କରାଯିବ।

କଲରାପତ୍ରିଆଟି ରାଜଧାନୀ ଅନ୍ତର୍ଗତ ପଲାଶପଲ୍ଲୀ ଅଞ୍ଚଳରେ ବୁଲୁଥିବା କଥା ସେ ଅଞ୍ଚଳର ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ରାତି ପ୍ରାୟ ୪ଟା ବେଳେ ସିଆଇଏସ୍‌ଏଫ୍‌ ଯବାନମାନେ ସେ କଲରାପତ୍ରିଆକୁ ଦେଖିଥିବା କଥା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe