ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବଦଳି ମନା: ମୁଖ୍ୟ ଶାସନ ସଚିବ

ପଦୋନ୍ନତି ପାଇଁ ବି କମିସନଙ୍କ ଅନୁମତି ଦରକାର

ସିଙ୍ଗଲ୍‌ ୱିଣ୍ଡୋ କମିଟିର ମଞ୍ଜୁରି: ୧୧ ପ୍ରକଳ୍ପରେ ନିବେଶ ହେବ ୨,୨୫୩ କୋଟି

ଭୁବନେଶ୍ବର : ପୌର ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀ, କର୍ମଚାରୀଙ୍କର ମାର୍ଚ୍ଚ ୨୬ ପୂର୍ବରୁ ବଦଳି ହେବନି ବୋଲି ଶନିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଏବଂ ୨୬ରେ ଭୋଟ୍‌ ଗଣତି ଥିବାରୁ ଏହା ପୂର୍ବରୁ କୌଣସି ପରିସ୍ଥିତିରେ କୌଣସି ଅଧିକାରୀଙ୍କର ବଦଳି, ପଦୋନ୍ନତି ନିୟମ ଲାଗୁ ହେବନି ବୋଲି ମୁଖ୍ୟ ସଚିବ ସମସ୍ତ ବିଭାଗୀୟ ସଚିବ, ପୁଲିସ ଡିଜି, ଆର୍‌ଡିସି, ବିଭିନ୍ନ ବିଭାଗର ମୁଖ୍ୟ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।

ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ନିୟମ ସମସ୍ତ ଜିଲ୍ଲାପାଳ, ଏଡିଏମ୍, ପିଡି, ଡିଆର୍‌ଡିଏ/ପିଏ, ଉପ ଜିଲ୍ଲାପାଳ, ବିଡିଓ, ଜିପିଇଇସ, ଅଡିଟର, ସିଇଓ, ସ୍କୁଲ ଏସ୍‌ଆଇ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଜିଲ୍ଲା କ୍ୟାଡରର କର୍ମଚାରୀ, ନିର୍ବାଚନ ଦାୟିତ୍ବରେ ନିୟୋଜିତ ହୋଇଥିବା ଓଏଏସ୍‌ ଅଧିକାରୀ, ସହରାଞ୍ଚଳର ତହସିଲଦାର ଏବଂ ଅତିରିକ୍ତ ତହସିଲଦାର, ସହରାଞ୍ଚଳରେ ଥିବା ଏମ୍‌ଆଇ, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌, ଆର୍‌ଡି, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପାହ୍ୟା ପର୍ଯ୍ୟନ୍ତ ଯନ୍ତ୍ରୀ, ପୌରସଂସ୍ଥାର ସମସ୍ତ କର୍ମଚାରୀ, ପୁଲିସ ଏସ୍‌ପି, ଡିଏସ୍‌ପି, ଏସ୍‌ଡିପିଓ, ସର୍କଲ ଇନ୍ସପେକ୍ଟର, ଆଇଆଇସି ଏବଂ ତାଙ୍କ ଅଧସ୍ତନ କର୍ମଚାରୀ, ନିର୍ବାଚନରେ ନିୟୋଜିତ ପ୍ରଶାସନିକ ଅଧିକାରୀ, ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଅଧିକାରୀଙ୍କ ପାଇଁ ଲାଗୁ ହେବ। ସେମାନଙ୍କର ବଦଳି ହେବନି। ନିୟମିତ ପଦୋନ୍ନତି ହେବାର ଥିଲେ ବି ନିର୍ବାଚନ କମିସନଙ୍କ ଅନୁମୋଦନ ପରେ ହେବ। ଏପରିକି ଠିକାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବି ଲାଗୁ ହେବ। ସେହିପରି କେହି ରାଜ୍ୟ ନିର୍ବାଚନ କମିସନଙ୍କ ବିନା ଅନୁମତିରେ ଛୁଟିରେ ଯାଇପାରିବେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe