ପାଇକମାଳ : ସ୍କୁଲ ସମ୍ମୁଖରେ ମୁକୁଳା ଟ୍ରାନ୍ସଫର୍ମର

ପାଇକମାଳ : ସ୍କୁଲ ସମ୍ମୁଖରେ ମୁକୁଳା ଟ୍ରାନ୍ସଫର୍ମର

ପାଇକମାଳ :  ପାଇକମାଳ ବିଦ୍ୟୁତ ସବଡିଭିଜନ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସ୍କୁଲ ଗେଟ ସମ୍ମୁଖରେ ଦୀର୍ଘ ବର୍ଷ ହେଲା ମୁକୁଳା ଭାବେ ୧୦୦ କେଭି କ୍ଷମତାର ଟ୍ରାନ୍ସଫର୍ମର ରହିଛି। ଗାଁ ଭିତରେ ଜୀବନ୍ତ ତାର ଯାଇଥିବା ଲୁହା ବିଦ୍ୟୁତ ଖୁମ୍ବ ଅଧା ଢଳି ରହିଛି। ଏହାର ପ୍ରତିକାର ପାଇଁ ବିଭାଗୀୟ ଏସଡିଓଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କିଛି ସୁଫଳ ମିଳିନାହିଁ । ଫଳରେ ଯେକୌଣସି ସମୟରେ ଜନଜୀବନ ପ୍ରତି ବିପଦ ଘଟିବା ଆଶଂକାରହିଛି।

ଡୁମ୍ବେରବାହାଲ ସ୍କୁଲ ସମ୍ମୁଖରୁ ମାତ୍ର ୧୬ ଫୁଟ ଦୂରରେ ୧୦୦ କେଭି ଟ୍ରାନ୍ସଫର୍ମର ମୁକୁଳା ଭାବେ ରହିଛି । ସ୍କୁଲ ଖୋଲାଥିଲେ ଛାତ୍ରଛାତ୍ରୀଙ୍କ ସମେତ ଗୋରୁଗାଈ ମଧ୍ୟ ଏଠାକୁ ଅସାବଧାନତା ବଶତଃ ଚାଲି ଆସନ୍ତି। ଗତ ଜୁନ ମାସରେ ଗ୍ରାମର ଅନ୍ୟ ଏକ ୬୩ କେଭି ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଜଣେ ଯୁବକ ପ୍ରାଣ ହରାଇ ସାରିଛନ୍ତି । ଗାଁ ଭିତରେ ବିଦ୍ୟୁତ ଖୁଣ୍ଟଗୁଡ଼ିକରୁ ଖୋଲା ତାର ଅପସାରଣ କରାଯାଇ କେବୁଲ ତାର ଲଗାଯାଇଛି। ଏଥିପାଇଁ ୩ ଟି ନୂତନ ୬୩ କେଭି ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ନୂତନ ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି । ତେବେ ଗାଁ ଭିତରେ ଗୋଟିଏ ପୁରୁଣା ଲୁହା ବିଦ୍ୟୁତ ଖୁଣ୍ଟ ଧରାଶାୟୀ ହେବା ଉପରେ। ଏହି ଖୁଣ୍ଟ ଦେଇ ଯାଇଥିବା ଜୀବନ୍ତ ବିଦ୍ୟୁତ ତାରକୁ ଅପସାରଣ କରାଯାଇନାହିଁ । ପ୍ରାୟ ଦୁଇ ବର୍ଷ ତଳେ ବିଭାଗୀୟ ଏସଡିଓ ଡୁମ୍ବେରବାହାଲ ଗ୍ରାମକୁ ଆସି ମୁକୁଳା ଟ୍ରାନ୍ସଫର୍ମର ଓ ଅଧା ଢଳିଥିବା ବିଦ୍ୟୁତ ଖୁଣ୍ଟ ଦେଖି ଯାଇଥିଲେ । ଏହା ପରେ ମଧ୍ୟ କିଛି ସମାଧାନର ବାଟ ବାହାରି ନଥିବାରୁ ଜନଅସନ୍ତୋଷ ତେଜିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe