୩ୟ ଲିଙ୍ଗୀଙ୍କ ମୌଳିକ ଅଧିକାର ଆଇନ ସଚେତନତା ଶିବିର

Advertisment
୩ୟ ଲିଙ୍ଗୀଙ୍କ ମୌଳିକ ଅଧିକାର ଆଇନ ସଚେତନତା ଶିବିର

ଜୟପୁର:ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଆନୁକୁଲ୍ୟରେ ଏକମ୍ବା ଗ୍ରାମପଞ୍ଚାୟତର ନନ୍ଦଗୁଡ଼ା ଗାଁରେ ୩ୟ ଲିଙ୍ଗର ମୌଳିକ ଅଧିକାର ସମ୍ପର୍କିତ ଆଇନ ସଚ଼େତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣ , ଲୋକ ଅଦାଲତର ସଚ଼ିବ ତଥା ବିଚ଼ାରପତି ସୁମନ ଜେନା, ମୁଖ୍ୟବକ୍ତାଭାବେ ଏ.ଡି.ଜେ ତଥା ସ୍ପେସିଆଲ୍ କୋର୍ଟ ପକ୍ସୋର ସ୍ବତନ୍ତ୍ର ପି.ପି ଡଃ.ଗାୟତ୍ରୀ ଦେବୀ , ସମ୍ମାନୀତ ଅତିଥି ଭାବେ ସଦରଥାନା ଏଏସଆଇ ଗଣେଶ ପ୍ରସାଦ ବେହେରା  ଯୋଗ ଦେଇ ୩ୟ ଲିଙ୍ଗ ପାଇଁ ସମ୍ବିଧାନ ଦେଇଥିବା ମୌଳିକ ଅଧିକାର, ଏହି ଅଧିକାରକୁ ସେମାନେ କିଭଳି ପାଇବେ, ସମାଜର ମୁଖ୍ୟସ୍ରୋତରେ ସେମାନେ କିଭଳି ସାମିଲ ହୋଇ ଆର୍ଥିକସ୍ତରରେ ଆତ୍ମନିର୍ଭରଶୀଳ ହୋଇ ନିଜ ପରିବାରର ପ୍ରତିପୋଷଣ କରି ସମାଜରେ ଉଦାହରଣ ସୃଷ୍ଟି କରିପାରିବେ ବୋଲି ଏମାନେ ବୁଝାଇଥିଲେ।

ସେଭଳି ଆଇନସେବା ପ୍ରାଧିକରଣ ପକ୍ଷରୁ କିଭଳି ମାଗଣା ଆଇନସେବା ମିଳିବ ସେ ସଂପର୍କରେ ବୁଝାଇଥିଲେ।  ପ୍ରାଧିକରଣ କିଭଳି ଆଇନଗତ ସହଯୋଗ, ସାହାଯ୍ୟ ଏବଂ ମାଲି ମକଦ୍ଧମା ଚାଳିବା ସମୟରେ ଓକିଲ ଯୋଗାଇବ ସେ ସଂପର୍କରେ ସୂଚନା ଦେଇଥିଲେ। ଛୋଟ ମୋଟ ମାମଲାରେ ପରସ୍ପର ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe