ଏମ୍‌ଡିଏମ୍‌ ଚାଉଳ ପରିବହନରେ ସ୍ବଚ୍ଛତା ପ୍ରଶ୍ନବାଚୀ: ଦୁଇଥର ବିଜ୍ଞପ୍ତି, ତଥାପି କେହି ଟେଣ୍ଡର୍‌ ଭରିଲେନି, ପୁରୁଣା ପୁଣି ହାତେଇଲେ

Advertisment
ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା: ବିଡ଼ିଆ ପାନରେ ବ୍ୟବହୃତ ହେବ ଗୁଆ

The Asian Age

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ(ଏମ୍‌ଡିଏମ୍‌) ଚାଉଳ ପରିବହନରେ ବ୍ୟାପକ କେଳେଙ୍କାରୀ ଅଭିଯୋଗ ହଇଚଇ ସୃଷ୍ଟି କରିଥିଲା। ଏଭଳକି ଅନେକ ବିଦ୍ୟାଳୟରେ ଗୋଦାମରେ ଚଢ଼ଉ, ଯାଞ୍ଚ୍‌ ପରେ କୋଟା ଅନୁସାରେ ଚାଉଳ ପରିବହନ ହୋଇଥିବା କାଗଜପତ୍ରରେ ଦର୍ଶା ଯାଇଥିବା ବେଳେ ସେତିକି ପରିମାଣ ଚାଉଳ ଗୋଦାମରେ ନଥିବା ଜଣା ପଡ଼ିଥିଲା। କରୋନା ପରେ ଦୁଇ ବର୍ଷ ବ୍ୟବଧାନରେ ଏବେ ବିଦ୍ୟାଳୟ ମଧ୍ୟା୍ହ୍ନ ଭୋଜନ ଯୋଜନା ସ୍ବାଭାବିକ ଭାବେ କାର୍ଯ୍ୟକାରୀ ହୋଇଛି। ତେବେ ଚାଉଳ ଯୋଗାଣ ଓ ପରିବହନରେ ସ୍ବଚ୍ଛତା ଆଣିବା ପାଇଁ ଶିକ୍ଷାବର୍ଷ ଆରମ୍ଭରୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଦୁଇ ଦୁଇଥର ଟେଣ୍ଡର୍‌ ଆହ୍ବାନ କରା ଯାଇଥିଲା। ଏହା ସତ୍ବେ କୌଣସି ଜଣେ ‌ଠିକାଦାର ଏଥିରେ ସାମିଲ ହେଲେ ନାହିଁ। ଏଣୁ ପୂର୍ବରୁ କାମ କରୁଥିବା ପରିବହନ ଠିକାଦାରଙ୍କୁ ପୁଣି ଥରେ ଏମ୍‌ଡିଏମ୍‌ ଚାଉଳ ପରିବହନ ଟେଣ୍ଡର୍‌ ଦିଆଯାଇଛି। ଦୁଇଥର ଟେଣ୍ଡର୍‌ ବାହାରିବା ପରେ ମଧ୍ୟ ଜଣେ ହେଲ ବି ନୂଆ ଠିକାଦାର ଏହି କାମ ପାଇଁ ଆଗ୍ରହ ପ୍ରକାଶ ନକରିବା ଘଟଣା ସହଜରେ ଗ୍ରହଣ କରି ହେଉ ନାହିଁ। ସେପଟେ ଟେଣ୍ଡର୍‌ ବାହାରିବା ପୂର୍ବରୁ ପରିବହନ କାମ କରୁଥିବା ପୁରୁଣା ଠିକାଦାର ଚୁକ୍ତି ନବୀକରଣ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସ୍ବଚ୍ଛତା ଅବଲମ୍ବନ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଟେଣ୍ଡର୍‌ ଆହ୍ବାନ କରା ଯାଇଥିଲା। ତଥାପି ଏଥିରେ କେହି ସାମିଲ ହେଲେ ନାହିଁ। ଏଣୁ ପୁରୁଣା ସଂସ୍ଥାକୁ ପୁଣିଥରେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଚାଉଳ ଯୋଗାଣ କାମ ଦିଆ ଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ କହନ୍ତି, ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ଟେଣ୍ଡର୍‌ ଅବଧିର ୧ମାସ ମଧ୍ୟରେ କୌଣସି ଠିକାଦାର ଆବେଦନ କରିନଥିଲେ। ଏଣୁ ଦ୍ବିତୀୟ ପର୍ଯ୍ୟାୟ ଟେଣ୍ଡର୍‌ ଆହ୍ବାନ କରାଯାଇଥିଲା। କିନ୍ତୁ କୌଣସି ନୂଆ ଠିକାଦାର ଆବେଦନ କରି ନଥିଲେ। ପୂର୍ବରୁ କାମ କରୁଥିବା ୫ଜଣ ପୁରୁଣା ଠିକାଦାର ଆବେଦନ କରିଥିଲେ। ସେମାନେ ଏମ୍‌ଡିଏମ୍‌ ଚାଉଳ ପରିବହନ ଟେଣ୍ଡର୍‌ ପାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe