ସ୍କୁଲ୍ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ସ୍ବଚ୍ଛତା ରଖାଯାଇଛି: ମନ୍ତ୍ରୀ

Advertisment
ବିଜେଡିରୁ ଇସ୍ତଫା ଦେଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର : ମୁଲତବୀ ଆଲୋଚନାର ଉତ୍ତର ରଖି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ୫-ଟି ନୀତିର ପ୍ରୟୋଗରେ କରାଯାଉଥିବା ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ସ୍ବଚ୍ଛତା ରକ୍ଷା କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ପ୍ରତ୍ୟେକ ସ୍କୁଲ୍‌ରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମର ଦୀର୍ଘସ୍ଥାୟିତ୍ବ ପାଇଁ ରାଜ୍ୟ ସରକାର ୬ଟି ଟାସ୍କ ଫୋର୍ସ ଗଠନ କରିଛନ୍ତି।

ଏହି ଯୋଜନାରେ ତିନିଟି ପର୍ଯ୍ୟାୟରେ ୬୮୭୨ଟି ହାଇସ୍କୁଲ୍‌କୁ ରୂପାନ୍ତରୀକରଣ କରାଯାଇଛି। ଏ ବାବଦରେ ୩୪୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚତୁର୍ଥ ପର୍ଯ୍ୟାୟ ପାଇଁ ମୋଟ୍ ୧୦୦୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବିଦ୍ୟାଳୟ ରୂପାନ୍ତରୀକରଣ ଯୋଗୁ ବେସରକାରୀ ସ୍କୁଲ୍‌ଗୁଡ଼ିକରେ ୨୦୧୯-୨୦ରେ ଥିବା ବିଦ୍ୟାର୍ଥୀ ସଂଖ୍ୟା ୧୬ ଲକ୍ଷ ୫ ହଜାରୁ ପ୍ରାୟ ଦେଢ଼ ଲକ୍ଷ ହ୍ରାସ ପାଇ ୨୦୨୧-୨୨ରେ ୧୪ ଲକ୍ଷ ୬୨ ହଜାରରେ ପହଞ୍ଚିଛି। ଅର୍ଥାତ ସରକାରୀ ସ୍କୁଲ୍‌ରେ ଏବେ ୮୧% ପିଲା ଅଧ୍ୟୟନରତ। ୨୦୨୩-୨୪ରେ ୧୦୪୫ କୋଟି ଟଙ୍କାରୁ ଅଧିକ ପ୍ରାବଧାନ କରାଯାଇ ୫୧,୫୩୫ଟି ପଦବିରେ ନିଯୁକ୍ତି ନିମିତ୍ତ ସୁଯୋଗ ସୃଷ୍ଟି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe