ନିୟମିତ ଭାବେ କାଗଜପତ୍ର ଯାଞ୍ଚ ହେଉନି କିନ୍ତୁ ନିୟମ ଉଲଂଘନ କଲେ ନିସ୍ତାର ନାହିଁ, ଦେବାକୁ ପଡ଼ିବ ଜରିମାନା

ନିୟମିତ ଭାବେ କାଗଜପତ୍ର ଯାଞ୍ଚ ହେଉନି କିନ୍ତୁ ନିୟମ ଉଲଂଘନ କଲେ ନିସ୍ତାର ନାହିଁ, ଦେବାକୁ ପଡ଼ିବ ଜରିମାନା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ଆଗାମୀ ତିନି ମାସ ପାଇଁ ଯାନବାହନ ଚାଳକଙ୍କୁ ଆଶ୍ୱସ୍ତି ଦେଇଛି। ଅର୍ଥାତ ଏହି ତିନି ମାସର ସମୟ ମଧ୍ୟରେ ଯାନବାହନ ସଂପର୍କିତ ପ୍ରମାଣପତ୍ର ନଥିଲେ ମଧ୍ୟ ଗାଡ଼ି ଚଳାଇବାରେ କୌଣସି ଅସୁବିଧା ହେଉ ନାହିଁ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏଭଳି ସଚେତନତା ବାର୍ତ୍ତା ଦେଇଛି। ଏବେ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉ ନାହିଁ କିନ୍ତୁ ଯଦି ଟ୍ରାଫିକ୍‌ ପୁଲିସ ଅଥବା ପରିବହନ ବିଭାଗ ନିୟମ ଉଲଂଘନକାରୀଙ୍କୁ ଧରିଥାଏ, ତା’ହେଲେ ନିସ୍ତାର ମିଳିବ ନାହିଁ। ସଡ଼କ ସୁରକ୍ଷା ନିୟମ ଉଲଂଘନ କଲେ ଉଲଂଘନକାରୀଙ୍କୁ ଜରିମାନା ଦେବାକୁ ପଡ଼ିବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସଡ଼କ ସୁରକ୍ଷା ସଂପର୍କିତ ଏକ ଟୁଇଟ୍‌ରେ ଏହି ସୂଚନା ଦେଇଛି।

କେଉଁ କାମ ପାଇଁ କେତେ ଟଙ୍କା ଜରିମାନା 

-ମଦପିଇ ଗାଡ଼ି ଚଳାଇଲେ: ୧୦ ହଜାର ଟଙ୍କା
-ଦ୍ରୁତଗତିରେ ଗାଡ଼ି ଚଳାଇଲେ: ୫ ହଜାର ଟଙ୍କା
-ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ: ୫ ହଜାର ଟଙ୍କା
-ବିପଦପୁର୍ଣ୍ଣ ଗାଡ଼ି ଚଳାଇଲେ: ୫ ହଜାର ଟଙ୍କା
-ବାଇକ୍‌ରେ ୩ ଜଣ ବସି ଗାଡ଼ି ଚଳାଇଲେ: ୧ ହଜାର ଟଙ୍କା
-ଧାର୍ଯ୍ୟ ସୀମାଠାରୁ ଅଧିକ ଓଜନ ନେଲେ: ପ୍ରତି ଅତିରିକ୍ତ ଟନ୍‌ ପିଛା ୨ ହଜାର ଟଙ୍କା
-ରେଡ ଲାଇଟ୍‌ ଡେଇଁଲେ: ୫ ହଜାର ଟଙ୍କା

ଏବେ ନିୟମିତ ଭାବେ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉ ନାହିଁ। ତଥାପି ଯଦି କେହି ଚାଳକ ସଡ଼କ ସୁରକ୍ଷା ନିୟମ ଉଲଂଘନ କରୁଛି, ତା’ ହେଲେ ଇ-ଚାଲାଣ କଟାଯିବା ସହିତ ସଂପୃକ୍ତ ବ୍ୟକ୍ତିଙ୍କର କାଗଜପତ୍ର ଯାଞ୍ଚ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe