Photograph: (Odisha TV)
ଭୁବନେଶ୍ୱର/କଟକ: ରାସ୍ତାରେ ବାଲି, ମାଟି, ଅଳିଆ, ରାସ୍ତା ମରାମତି କିମ୍ବା ନିର୍ମାଣ କାମରେ ବ୍ୟବହାର ହେଉଥିବା ସାମଗ୍ରୀ ପଡ଼ିରହୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ନିକଟରେ ଏମିତି ଏକାଧିକ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଲାଣି। ଏହାକୁ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉଦ୍ବେଗ ପ୍ରକାଶ କରିଛନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସମସ୍ତ ରାସ୍ତା ନିର୍ମାଣକାରୀ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Paddy: ଚାଷୀ ଏଫଏକ୍ୟୁ ଧାନ ନ ଆଣିଲେ ଦାୟୀ କିଏ: ଜିଲ୍ଲା ମିଲ ମାଲିକ ସଂଘ
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ଏନ୍ଏଚ୍ଏଆଇ, ପୂର୍ତ୍ତ ବିଭାଗ, ପୌରପାଳିକା, ଏନ୍ଏସି ସମେତ ସମସ୍ତ ସଡ଼କ ନିର୍ମାଣକାରୀ ଏବଂ ରକ୍ଷଣାବେକ୍ଷଣ ସଂସ୍ଥାଗୁଡ଼ିକୁ ଚିଠି ଲେଖି ରାସ୍ତାରେ ଏଭଳି ସାମଗ୍ରୀ ଗଦାଇ ନରଖିବାକୁ ଏବଂ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ତୁରନ୍ତ ବଳକା ସାମଗ୍ରୀ ହଟାଇବାକୁ କୁହାଯାଇଛି। ଯଦି ରାସ୍ତାରେ ବାଲି, ଗୋଡ଼ି, ମାଟି, ଆବର୍ଜନା ଆଦି ଗଦା ରୁହେ ତେବେ ଉକ୍ତ ରାସ୍ତା ନିର୍ମାଣକାରୀ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ହେବ।
ଅସୁରକ୍ଷିତ ରାସ୍ତାକୁ ନେଇ ପରିବହନ ମନ୍ତ୍ରୀଙ୍କ ଉଦ୍ବେଗ
ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସ୍ଟିଏ
ଏସ୍ଟିଏ ପକ୍ଷରୁ କୁହାଯାଇଛି ଯେ ରାସ୍ତାରେ ବାଲି, ଗୋଡ଼ି, ମାଟି ଆଦି ପଡ଼ିରହିବା ଦ୍ବାରା ଗାଡ଼ି ଚକା ଖସିବାର ଏବଂ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି। ବିଶେଷକରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇଥାଏ। ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏ ଦିଗରେ ସଂପୃକ୍ତ ସଂସ୍ଥାଗୁଡ଼ିକ ଯତ୍ନବାନ ହୁଅନ୍ତୁ। ମୋଟର ଯାନ ଆଇନ, ୧୯୮୮ର ଧାରା ୧୯୮(କ)ରେ ମଧ୍ୟ ଏହା ଉଲ୍ଲେଖ ରହିଛି। ରାସ୍ତା ଡିଜାଇନ୍, ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ମାନଦଣ୍ଡ ପାଳନ କରିବାରେ ବିଫଳତା କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ତେଣୁ ସମସ୍ତ ଏଜେନ୍ସିଙ୍କୁ ନିୟମିତ ଭାବେ ସଡ଼କ ପରିଷ୍କାର ରଖିବା, ବାଲି କିମ୍ବା ଅନ୍ୟ କିଛି ସାମଗ୍ରୀ ରାସ୍ତାରେ ରହିଲେ ତାକୁ ତୁରନ୍ତ ହଟାଇବାକୁ ହେବ। ସବୁ ପ୍ରମୁଖ ରାସ୍ତାରେ ନିୟମିତ ମେକାନିକାଲ୍ ସୁଇପିଂ ଯାନ ବ୍ୟବହାର ହେବ। ଦୁର୍ଘଟଣାପ୍ରବଣ, ସମ୍ବେଦନଶୀଳ, ଛକ ଆଦିକୁ ଚିହ୍ନଟ କରି ସେଠାରେ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।
Follow Us