୭ ଦିନରେ ମିଳିବ ସାମଗ୍ରୀ ପରିବହନ ଅନୁମତି

ଟ୍ରକ୍‌ ପାଇଁ ମୋଟର ଯାନ କର ଦାଖଲ ସମୟ ଅବଧି ବଢ଼ିଲା

The Week

ଭୁବନେଶ୍ୱର : ସାମଗ୍ରୀ ପରିବହନ ଅନୁମତିକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଆଇନ ୨୦୧୨ ଅଧୀନକୁ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଆବଶ୍ୟକ ଅନୁମୋଦନ ପ୍ରଦାନ କରିଛନ୍ତି। ଉକ୍ତ ସେବାକୁ ଲୋକସେବା ଅଧିକାର ଆଇନ ପରିସରଭୁକ୍ତ କରାଯିବା ପରେ ଦରଖାସ୍ତ କରିବା ଏବଂ ବୈଧ ଦସ୍ତାବିଜ୍‌ ଓ ଶୁଳ୍କ ଦାଖଲ କରିବାର ୭ ଦିନ ମଧ୍ୟରେ ଆବେଦନକାରୀଙ୍କୁ ମାଲ୍‌ ପରିବହନ ସଂକ୍ରାନ୍ତ ଅନୁମତି ମିଳିଯିବ। ଉଲ୍ଲେଖଯୋଗ୍ୟ, ବାଣିଜ୍ୟ ଓ ପରିବହନ ବିଭଗ ପକ୍ଷରୁ ପୂର୍ବରୁ ୩୧ଟି ସେବାକୁ ଓଡ଼ିଶା ଲୋକସେବା ଅଧିକାର ଆଇନ ୨୦୧୨ ପରିସରଭୁକ୍ତ କରାଯାଇଛି। ମାଲ ପରିବହନ ଅନୁମତିକୁ ଉକ୍ତ ଆଇନ ପରିସରଭୁକ୍ତ କରାଯିବା ଦ୍ବାରା ଏହି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe